Only for Entertainment

ସ୍ୱିଜରଲ୍ୟାଣ୍ଡର ମଝି ରାସ୍ତାରେ ପତିଙ୍କ ସହିତ ଡ୍ୟାନ୍ସ କଲେ ଏହି ଟିଭି ଅଭିନେତ୍ରୀ, ଭାଇରାଲ ହେଲା ଭିଡିଓ

ndtv
0 70

ପପୁଲାର ଟିଭି ଶୋ’ ‘ୟେ ହେ ମହୋବତେଁ’ରେ ଶଗୁନ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ଅନିତା ହସନନ୍ଦାନୀ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ସେ ପତି ରେହିତ ରେଡ୍ଡୀଙ୍କ ସହିତ ଫଟୋ ଏବଂ ଭିଡିଓକୁ ସର୍ବଦା ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି । ନିକଟରେ ଅନିତା ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଫ୍ୟାନ୍ସ ବାରମ୍ବାର ଦେଖୁଛନ୍ତି ।

ଭିଡିଓରେ ଅନିତା ପତି ରୋହିତଙ୍କ ସହିତ ସ୍ୱିଜରଲ୍ୟାଣ୍ଡର ରାସ୍ତାରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ତେବେ ରୋହିତ ଏବଂ ଅନିତାଙ୍କ ଅଚାନକ ଡ୍ୟାନ୍ସ ଦେଖି ସେଠାରେ ପାର ଦେଉଥିବା ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସବୁଠାରୁ ଖାସ କଥା ହେଉଛି ଅନିତା ନିଜେ ଗୀତ ଗାଇ ଡ୍ୟାନ୍ସ କରୁଛନ୍ତି । ଗୋବିନ୍ଦା ଏବଂ କରିଶ୍ମାଙ୍କ ସୁପରହିଟ ଫିଲ୍ମ ‘ହିରୋ ନମ୍ବର ୧’ର ଗୀତରେ ଦୁହେଁ ଝୁମୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓକୁ ୬ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଦେଖନ୍ତୁ ଭିଡିଓ-

?????? #SonKitnaSonnnaaaahaiii #ThrowBack! @rohitreddygoa #Smiles for the madness ?☺?

A post shared by Anita H Reddy (@anitahassanandani) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More