Only for Entertainment

ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ‘ୟେ ରିସ୍ତା କ୍ୟା କହଲାତା ହେ’ର କିର୍ତ୍ତି, ଦେଖନ୍ତୁ ରିଙ୍ଗ ସେରେମୋନୀର ଫଟୋ

Zee News
29

ଷ୍ଟାର ପ୍ଲସର ପପୁଲାର ଶୋ’ ‘ୟେ ରିସ୍ତା କ୍ୟା କହଲାତା ହେ’ରେ କିର୍ତ୍ତି ଭୂମିକାରେ ନଜର ଆସୁଥିବା ଅଭିନେତ୍ରୀ ମୋହିନା କୁମାରି ସିଂ ଖୁବ ଶୀଘ୍ର ବିବାହ ନବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଇତି ମଧ୍ୟରେ ମୋହିନା ସୁୟଶ ରାୱତଙ୍କ ସହିତ ନିର୍ବନ୍ଧ କରି ସାରିଛନ୍ତି । ଗୋଆର ତାଜ ହଲିଡେ ଭିଲ୍ଲା ରିସୋର୍ଟରେ ମୋହିନା-ସୁୟଶଙ୍କର ଏନଗେଜମେଣ୍ଟ ହୋଇସାରିଛି ।

ମୋହିନାଙ୍କ ଏନଗେଜମେଣ୍ଟରେ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟତିତ ନିକଟ ବନ୍ଧୁ ଉପସ୍ଥିତ ଥିଲେ । ‘ୟେ ରିସ୍ତା କ୍ୟା କହଲାତା ହେ’ର କୋ-ଷ୍ଟାର ମୋହସିନ ଖାନ, ଶିବାଙ୍ଗୀ ଜୋଶୀ, ଋଷି ଦେବ ଏବଂ ଗୌରବ ବାଧୱା ଏନଗେଜମେଣ୍ଟ ପାର୍ଟିରେ ଯୋଗ ଦେଇଥିଲେ । ମୋହିନାଙ୍କ ରିଙ୍ଗ ସେରେମୋନୀର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

mohena 3

mohena

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More