Only for Entertainment

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମହିଳା ପୋଲିଂ ଅଫିସର ରୀନା ଦ୍ୱିବେଦୀ ଦେଲେ ଭୋଟ, କହିଲେ ମୋତେ ବହୁତ ଦୁଃଖ ଲାଗୁଛି !

zee news
48

ଚଳିତ ବର୍ଷ ଲୋକସଭା ନିର୍ବାଚନ ଅବସରରେ କିଛି ମହିଳା ପୋଲିଂ ଅଫିସର ନିଜ ଗ୍ଲାମରସ ଲୁକକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ସବୁଠାରୁ ଚର୍ଚ୍ଚାରେ ଥିଲେ ରୀନା ଦ୍ୱିବେଦୀ । ରୀନାଙ୍କ ହଳଦୀଆ ସାଢୀ ଏବଂ ତାଙ୍କ ଲୁକ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

ନିକଟରେ ରୀନାଙ୍କୁ ପୁଣିଥରେ ବୁଥରେ ଦେଲଖିବାକୁ ମିଳିଛି । ବରଂ ଏଥର ସେ କୌଣସି ପୋଲିଂ ଅଫିସର ଭାବେ ନୁହେଁ ଭାଟର ଭାବେ ନଜର ଆସିଥିଲେ । ଉତ୍ତରପ୍ରଦେଶର ଦେବରିଆରେ ରୀନା ଭୋଟ ଦେବା ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ସୋସିଆଲ ମିଡିଆରେ ମୋ ଫଟୋ ନେଇ ଯେଉଁ ଚର୍ଚ୍ଚା ସୃଷ୍ଟି ହୋଇଥିଲା ତାହା ମୋତେ ବଡ ଦୁଃଖିତ କରିଛି ।

Reena-Dwivedi-Peeli-saari-wali-mahila-Lucknow-PWD-Employee

ସେ ଆହୁରି କହିଥିଲେ ଯେ, ଉଦୁଉଦିଆ ଖରାରେ ଜଣେ ମହିଳା ତାଙ୍କ ଦାୟିତ୍ୱ ନିର୍ବାହ କରୁଥିଲାବେଳେ ଲୋକଙ୍କର ନଜର ତାଙ୍କ କର୍ତ୍ତବ୍ୟ ଉପରେ ନଥିଲା ବରଂ ଗ୍ଳାମର ଉପରେ ଥିଲା । ଅନେକ ମତେ ନେଇ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । ତେଣୁ ମୋର ଅନୁରୋଧ ଗଣମାଧ୍ୟମରେ ମୋର ଗ୍ଳାମରକୁ ନେଇ ଚର୍ଚ୍ଚା ନହେଉ । ବରଂ କିପରି ମୁଁ ମୋ ଦାୟିତ୍ୱ ନିଭାଇ ଥିଲି ସେ ସଂପର୍କରେ ଚର୍ଚ୍ଚା ହେଉ । ସେ ଆହୁରି ମଧ୍ୟ କହିଥିଲେ ଯେ, ସୋସିଆଲ ମିଡିଆରେ ମୁଁ ଚର୍ଚ୍ଚାକୁ ଆସିବା ପରେ ଏବେ ମୋତେ ଅନେକ ଲୋକ ଚିହ୍ନି ପାରୁଥିବାରୁ ମୁଁ ଖୁସି ଅନୁଭବ କରୁଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More