Only for Entertainment

୪ ବର୍ଷ ପରେ ଆସିବ ହନି ସିଂଙ୍କ କମବ୍ୟାକ ‘ସିଙ୍ଗଲ’, ଜାରି ହେଲା ଫାଷ୍ଟ ଲୁକ ।

Aaj Tak
26

ର‌୍ୟାପର ୟୋ ୟୋ ହନି ସିଂ ୪ ବର୍ଷ ପରେ ମ୍ୟୁଜିକ ଦୁନିଆରେ ଧମାକା କରିବାକୁ ଫେରୁଛନ୍ତି । ତାଙ୍କର କମବ୍ୟାକ ସିଙ୍ଗଲ ମ୍ୟୁଜିକ ଭିଡିଓର ପ୍ରଥମ ଲୁକ ସାମ୍ନାକୁ ଆସିଛି । ସିଙ୍ଗଲ ମ୍ୟୁଜିକ ଭିଡିଓର ଫାଷ୍ଟ ଲୁକରେ ତାଙ୍କର ଦେଶୀ ରକଷ୍ଟାର ସ୍ୱାଗ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରି ସେ ଲେଖିଥିଲେ, ‘୪ ବର୍ଷର ଲମ୍ବା ବ୍ୟବଧାନ ପରେ ମୋର କମବ୍ୟାକ ସିଙ୍ଗଲ । ଦେଖନ୍ତୁ ପ୍ରଥମ ଲୁକ । ଭାରତର ସବୁଠାରୁ ବଡ ମ୍ୟୁଜିକ ଭିଡିଓକୁ ଦେଖିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ।’

 

ହନି ସିଂ ଇଂରାଜୀ ବମିନବ, ଚାର ବୋତନ ଭୋଜକା, ବ୍ଲୁ ଆଇଜ, ଲଭ ଡୋଜ ପରି ଅନେକ ହିନ ସିଙ୍ଗଲ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତାଙ୍କର ଏହି ସୁପରହିଟ ଗୀତ ଗୁଡିକ ତାଙ୍କୁ ଏକ ସ୍ୱତନ୍ତ୍ର ପୁରିଚୟ ଦେଇଥିଲା । କିନ୍ତୁ ଏହା ପରେ ସେ ମ୍ୟୁଜିକ ଦୁନିଆ ଠାରୁ ଲମ୍ବା ସମୟ ପାଇଁ ଉଭେଇ ଯାଇଥିଲେ ।

ଚଳିତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ସେନୁ କି ଟିଟୁ କି ସ୍ୱିଟି ର ଗୀତ ‘ଦିଲ ଚୋରି ସାଡା ହୋ ଗୟା’ ସୁପହିଟ ରହିଥିଲା ଯାହାକୁ ହନି ସିଂ ଗାଇଥିଲେ । ଏହା ବ୍ୟତୀତ ଉର୍ବଶୀ ଏବଂ ଲଭୟାତ୍ରୀର ଗୀତ ରଙ୍ଗତାରି ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More