Only for Entertainment

୨୪ ଘଣ୍ଟାରେ ହନି ସିଂଙ୍କ ଏହି ଗୀତ ପୁରା ଦୁନିଆରେ ମଚାଇଲା ଧୁମ, ୧ କେଟିରୁ ଅଧିକ ଥର ଦେଖାଯାଇଛି ଭିଡିଓ ।

Zee News
0 26

ଇଣ୍ଡିଆର ସବୁଠାରୁ ପପୁଲାର ର‌୍ୟାପର ୟୋ ୟୋ ହନି ସିଂ ଙ୍କ ନୂଆ ଗୀତ ‘ରଙ୍ଗତାରି’ ରିଲିଜ ହେବା ସହିତ ଇଣ୍ଟରନେଟରେ ଧୁମ ମଚାଇଛି । ରିଲିଜ ହେବା ପରେ ପରେ ଏହା ଦର୍ଶକଙ୍କ ମଧ୍ୟରେ ଛାଇ ରହିଛି । ଫିଲ୍ମ ‘ଲଭରାତ୍ରୀ’ର ଏହି ଗୀତ ହଲିଉଡ ସିଙ୍ଗର କାନ୍ୟା ବେଷ୍ଟ ଏବଂ ମାରୁନ ୫ଙ୍କୁ ପଛରେ ପକାଇ ୟୁଟ୍ୟୁବରେ ମାତ୍ର ୨୪ ଘଣ୍ଟାରେ ସବୁଠାରୁ ଅଧିକ ଥର ଦେଖାଯାଇଥିବା ଭିଡିଓ ସଙ୍ଗର ଟାଇଟଲ ନିଜ ନାମରେ କରିପାରିଛି ।

 

View this post on Instagram

 

No.1 in the world . #Rangtaari #loveratri @beingsalmankhan @skfilmsofficial @tanishkbagchi @aaysharma @itsrdm

A post shared by Yo Yo Honey Singh (@yyhsofficial) on

ସଙ୍ଗୀତ ନିର୍ମାତା, ଗାୟକ , ସଙ୍ଗୀତକାର ଏବଂ ର‌୍ୟାପର ହନି ସିଂ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହି ବି ଷୟରେ ସୂଚନା ଦେଇ କହିଥିଲେ, “No.1 in the world. #Rangtaari #loveratri.” କହିରଖୁଛୁ ଯେ, ଏହି ଗୀତକୁ ବର୍ତ୍ତମାନ ସୁଦ୍ଧା ୧କୋଟି ୩୦ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଲାଣି । ଏହି ଫିଲ୍ମ ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମା ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଆୟୁଷଙ୍କ ସହିତ ଫିଲ୍ମରେ ବରିନା ହୁସୈନ ନଜର ଆସିବେ ।

ଚଳିତ ବର୍ଷ ‘ସେନୁ କେ ଟିଟୁ କି ସ୍ୱିଟି’ର ଦୁଇଟି ସୁପରହିଟ ଗୀତ ‘ଦିଲ ଚୋରି ସାଡା ହୋ ଗୟା’ ଏବଂ ‘ଛୋଟେ ଛୋଟେ ପେଗ’ରୁ ହନି ସିଂ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଲା । ଏବେ ‘ରଙ୍ଗତାରୀ’ ଏବଂ ‘ମିତ୍ରେଁ’ ଫିଲ୍ମର ଗୀତ ଦିସ ପାର୍ଟି ଇଜ ଓଭର ନାଓ ଜରିଆରେ ଦର୍ଶକଙ୍କ ହୃଦୟକୁ ଜିତି ନେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More