Only for Entertainment

ଯୋଗ ନା ଜିମ୍ ! କେଉଁଟା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ . . .

Youngisthan
0 51

ଲୋକେ ଅଧିକାଂଶ ସମୟରେ ଏହି ଦ୍ୱନ୍ଦରେ ଥାନ୍ତି କି ତାଙ୍କ ଶରୀର ପାଇଁ ଜିମ୍ ଯିବା ଲାଭଦାୟକ ହୋଇଥାଏ ନା ଯୋଗଭ୍ୟାସ କରିବା । ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ହିଁ ନିର୍ଭର କରିଥାଏ । ଜିମ୍ ଏବଂ ଯୋଗର ଏହି ଉପକାରୀତା ସଂପର୍କରେ ଜାଣିଲେ ଆପଣ ବୁଝିପାରିବେ କି ଆପଣଙ୍କ ପାଇଁ ଏମାନଙ୍କ ମଧ୍ୟରୁ ବେଶୀ ଉପକାରୀ କିଏ ?

  • ଯୋଗ କରିବାଦ୍ୱାରା ମସ୍ତିଷ୍କ ଶାନ୍ତ ହୋଇଥାଏ । ଏବଂ ଶରୀରକୁ ସକରାତ୍ମକ ଉର୍ଜା ମିଳିଥାଏ । କିନ୍ତୁ ଜିମର ପ୍ରଭାବ କେବଳ ଶରୀର ଉପରେ ହିଁ ପଡିଥାଏ ।
  • ଯୋଗ ଏବଂ ଜିମ୍ ଉଭୟଙ୍କୁ କରିବା ପାଇଁ ହେଲେ ପ୍ରଥମେ ଆପଣଙ୍କୁ ତାଲିମ ନେବା ଜରୁରୀ ଅଟେ । ଯଦି ଉଭୟକୁ ଭୁଲ ଢଙ୍ଗରେ ବ୍ୟବହାର କରାଯାଏ ତେବେ ଏହାର ସିଧା ପ୍ରଭାବ ଶରୀର ଉପରେ ହିଁ ପଡିଥାଏ ।
  • ଯୋଗ ଅନୁସାରେ ଜିମ୍ ଅଧିକା ମହଙ୍ଗା ହୋଇଥାଏ । ଜିମ୍ କରିବା ପାଇଁ ଆପଣଙ୍କୁ ଅନେକ ଜିନିଷ ଦରକାର ପଡିଥାଏ । ଯେବେକି ଯୋଗ କରିବା ଦ୍ୱାରା ଏହାର ଆବଶ୍ୟକତା ପଡି ନଥାଏ ।
  • ଜିମ୍ କରିବା ଦ୍ୱାରା ଆପଣ ଥକି ପଡନ୍ତି ଆଉ ଭୋକ ମଧ୍ୟ ବଢିଯାଇଥାଏ । କିନ୍ତୁ ଯୋଗ ଶରୀରର ପାଚନ ଶକ୍ତିକୁ ନିୟନ୍ତ୍ରଣ କରିଥାଏ ଏବଂ ଯାହାଦ୍ୱାରା ଭୋକ ମଧ୍ୟ ବେଶୀ ଲାଗି ନଥାଏ ।
  • ଯୋଗ କରିବାଦ୍ୱାରା ଶରୀର କୋମଳ ହୋଇଥାଏ । ମାତ୍ର ଜିମ୍ ଦ୍ୱାରା ଶରୀରର ମାଂସପେସୀ ଅଧିକ ଶକ୍ତ ହୋଇ ଶରୀରକୁ ଆହୁରୀ ମଜଭୁତ କରିଦେଇଥାଏ ।
  • ତେବେ ଜିମ କସରତ କରିବାଦ୍ୱାରା ଶୀଘ୍ର ଓଜନ ହ୍ରାସ ପାଇଥାଏ । ଏହାଦ୍ୱାରା ମନ ମଧ୍ୟ ଭଲ ରହିଥାଏ ଏବଂ ଶରୀର କ୍ରିୟାଶୀଳ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More