Only for Entertainment

ସାଧାରଣତନ୍ତ୍ର ଦିବସରେ ଛାତ୍ରୀଙ୍କ ଭାଷଣ ଭିଡିଓ ଭାଇରାଲ । ସମ୍ବିଧାନର ଜଟିଳ ଅଙ୍କ ବୁଝାଇଲେ ଜଟଣୀର କୁନି ଝିଅ ।

0 140

କୁନି ଛାତ୍ରୀଙ୍କ ମୁହଁରେ ଦେଶପ୍ରେମର କଥା । ଆକର୍ଷଣୀୟ ଉପସ୍ଥାପନ ଶୈଳି ମାଧ୍ୟମରେ ଗଣତନ୍ତ୍ର ଦିବସରେ ଭାଷଣ ଦେଉଥିବା ୭ବର୍ଷର କୁନି ପିଲାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । କ୍ଷଣିକ ସମୟ ମଧ୍ୟରେ ଏହା ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି ।

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅନ୍ତର୍ଗତ ଓଗାଳପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଛାତ୍ରୀଙ୍କ ଭାଷଣ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ନିଜ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏହି ଛାତ୍ରୀ ଜଣକ ନିଜ ଭାଷଣରେ ସ୍ୱାଧିନତା ସଂଗ୍ରାମ ଓ ସମ୍ବିଧାନ ପ୍ରଣୟନ ଭଳି କଷ୍ଟକର ବିଷୟକୁ ଅତି ସରଳ ଭାବରେ ବୁଝାଇ ଦେଉଛନ୍ତି ।

୨ ମିନିଟ ୩୫ ସେକେଣ୍ଡର ଏହି ଭିଡିଓ ଯିଏ ଦେଖିବ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ୟ ହୋଇଯିବ । ଦରୋଟି କଂଠରେ ଦେଶର ସମ୍ବିଧାନ କଥା ଅତି ସରଳ ଭାବରେ ବୁଝାଇ ସମସ୍ତଙ୍କ ମନ କିଣି ପାରିଛି । ଦେଶର ସମ୍ବିଧାନ କିପରି ତିଆରି ହୋଇଥିଲା ଓ କାହାକୁ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା ତାକୁ ବେଶ ପ୍ରାଂଜଳ ଭାବେ କହି ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସେହି ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀଙ୍କ ଦ୍ୱାରା ସୋସିଆଲ ମିଡିଆରେ ଅପଲୋଡ କରାଯିବା ପରେ ଏହି ଭିଡିଓକୁ ଅନେକ ପେଜ ଗୁଡିକ ଶେୟାର କରିଛନ୍ତି । ଏବଂ କୁନି ଛାତ୍ରୀଙ୍କର ପ୍ରଶଂସା ମଧ୍ୟ କରିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More