Only for Entertainment

ପସନ୍ଦିତା ଗୀତରୁ ଜଣା ପଡେ ମଣିଶର ବ୍ୟକ୍ତିତ୍ୱ , ସରଳ ସଂଗୀତ ଶୁଣୁଥିବା ବ୍ୟକ୍ତିଙ୍କ ସ୍ୱଭାବ ହୋଇଥାଏ ଏଭଳି ।

Wealthy Gorilla
0 44

ସଂଙ୍ଗୀତରୁ ଜଣା ପଡିଥାଏ ଆପଣଙ୍କ ବ୍ୟକ୍ତିତ୍ୱ । ସରଳ ଏବଂ ହୃଦୟକୁ ଶାନ୍ତି ଦେଉଥିବା ସଙ୍ଗୀତ ଶୁଣିଥିବା ବ୍ୟକ୍ତି ଖୁବ କୋମଳ ଅଟନ୍ତି କିନ୍ତୁ ଅପେରା ଆଦି ଦେଖୁଥିବା ବ୍ୟକ୍ତି ଖୁବ କଳ୍ପନାଶୀଳ ଅଟନ୍ତି । ବୈଜ୍ଞାନିକଙ୍କ ମତ ଅନୁସାରେ ଲୋକଙ୍କ ସଙ୍ଗୀତ ପସନ୍ଦରୁ ହିଁ ଜଣାପଡେ ତାଙ୍କର ବ୍ୟକ୍ତିତ୍ୱ ।

ଦ ଟେଲିଗ୍ରାଫ ଖବର’ ମୁତାବକ, ବ୍ରିଟେନର ଫିଟ୍ଜବିଲିୟମ କଲେଜର ଗବେଷକ ୨୦୦୦୦ ଲୋକଙ୍କୁ ନେଇ ଏହି ପରୀକ୍ଷା କରିଥିଲେ । ଯେଉଁ ଲୋକଙ୍କ ଉପରେ ଏହି ଗବେଷଣା କରାଯାଇଛି ସେମାନଙ୍କ ବୟସ ୨୨ରୁ ଅଧିକ ଥିଲା ଏବଂ ସେମାନଙ୍କୁ ୨୫ଟି ଶ୍ରେଣୀର ସଂଗୀତ ପରିବେଷଣ କରାଯାଇଥିଲା ।

ଏହି ପରୀକ୍ଷାରୁ ଜାଣିବାକୁ ମିଳିଛି ଯେ ସଂଗୀତ ଶୁଣିବାକୁ ନେଇ ଲୋକଙ୍କ ବ୍ୟକ୍ତିତ୍ୱ ଜଣା ପଡିଥାଏ ଏବଂ ସାଇକୋଲଜିକାଲ ସାଇନ୍ସ ପତ୍ରିକାରେ ପ୍ରକାଶିତ ଏହି ପରୀକ୍ଷାରୁ ମିଳିଛି ଯେ କୌଣସି ବ୍ୟକ୍ତିଙ୍କ ପସନ୍ଦ ଅନୁସାରେ ସଂଗୀତ ଏହା ତାଙ୍କା ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More