Only for Entertainment

ମୃତ୍ୟୁ ସହ ଲଢି ଜୀବନ ଯୁଦ୍ଧରେ ଜିତିଲେ ହନି ସିଂ, ଡିପ୍ରେସନ ଦ୍ୱାରା ହୋଇ ଯାଇଥିଲା ଏଭଳି ଅବସ୍ଥା ।

bollywood tadka
44

ହନି ସିଂ ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ୧୫ ମାର୍ଚ୍ଚ ୧୯୮୩ରେ ପଂଜାବର ହୋରିଆରପୁରରେ ଜନ୍ମ ହୋଇଥିଲେ ଏହି ଭାରତୀୟ ପ୍ରସିଦ୍ଧ ଗାୟକ । ଜଣେ ରେକର୍ଡ଼ିଙ୍ଗ ଆର୍ଟିଷ୍ଟ ଭାବରେ କ୍ୟାରିଅର ଆରମ୍ଭ କରିଥିଲେ ହନି । ଫିଲ୍ମ କକଟେଲରେ ମେଁ ସରାବୀ ଗୀତରୁ ସେ ପରିଚିତ ହୋଇଥିଲେ । ଏହାପରେ ପଛକୁ ବୁଲି ଚାହିଁନଥିଲେ ହନି ସିଂ ଏବଂ ସଫଳତା ଆଡ଼କୁ ମାଡ଼ି ଚାଲିଥିଲେ ।

ଦିନେ ଏଭଳି ଏକ ସମୟ ଆସିଲା ଯେତେବେଳେ ହନି ଇଣ୍ଡଷ୍ଟ୍ରିରୁ ଦୂରେଇ ହୋଇଗଲେ । କାରଣ ହେଉଛି ସେ ଗମ୍ଭୀର ମାନସିକ ରୋଗ ବାୟୋପୋଲର ଡିସଅର୍ଡ଼ରରେ ପିଡ଼ିତ ଥିଲେ । ୧୮ ମାସରେ ସେ ଜଣ ଡାକ୍ତର ବଦଳାଇଥିଲେ । ତାଙ୍କୁ ଔଷଧ କାମ କରୁନଥିଲା । ତାଙ୍କ କହିବା ଅନୁସାରେ ତାଙ୍କ ସହିତ ଅଜବ ଜିନିଷ ହେଉଥିଲା । ଏହା ସହିତ ସେ ମଦ ସହିତ ଜଡ଼ିତ ହୋଇ ଯାଇଥିଲେ । ତେଣୁ ତାଙ୍କୁ ଏହାର ମଧ୍ୟ ଚିକିତ୍ସା କରିବାକୁ ପଡ଼ିଲା । ତେବେ ଡାକ୍ତରମାନେ ରୋଗକୁ ଠିକ ଭାବରେ ଜାଣିବା ପରେ ତାଙ୍କର ଧୀରେ ଧୀରେ ଚିକିତ୍ସା କରାଗଲା ଏବଂ ସେ ସୁସ୍ଥ ହୋଇଗଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More