ଅତିଥିଙ୍କ ଯଦି କିଛି ଖାସ ଡ୍ରିଙ୍କ ସର୍ଭ କରିବାକୁ ଚାହାଁନ୍ତି ତେବେ ଆପଣ ଆଚାରୀ ଫଣ୍ଡା ପ୍ରସ୍ତୁତ କରି ସର୍ଭ କରିପାରିବେ । ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।
ସାମଗ୍ରୀ-
ବରଫ
ଆଚାର- ୧/୨ ଚାମଚ
ଆମ୍ବ ରସ- ୯୦ ମିଲି
ଟବାସ୍କୋ ସସ- ୧ ଡ୍ରପ
ଲେମ୍ବୁ ରସ – ୧/୨ ଚାମଚ
ଚିନି ସିରପ- ୨୦ ମିଲି
ଜିଂଜର ଏଲ
ପ୍ରଣାଳୀ-
– ଏକ ଶେକରରେ ବରଫ, ଅଧା ଚାମଚ ଆଚାର, ୯୦ ମିଲି ଆମ୍ବ ରସ, ଟବାସ୍କୋ ସସ୍ ୧ ଡ୍ରପ, ଅଧା ଚାମଚ ଲେମ୍ବୁ ରସ ଏବଂ ୨୦ ମିଲି ଚିନି ସିରପ ପକାଇ ଭଲଭାବେ ଶେକ କରନ୍ତୁ ।
– ଏହାପରେ ଏକ ଗ୍ଲାସରେ ବରଫ ପକାଇ ଏହି ମିଶ୍ରଣକୁ ଢାଳନ୍ତୁ ।
– ବର୍ତ୍ତମାନ ଏଥିରେ ଜିଂଜର ଏଲ ପକାଇ ମିଶାନ୍ତୁ ।
– ଆପଣଙ୍କ ଡ୍ରିଙ୍କ ପ୍ରସ୍ତୁତ ହୋଇଗଲା । ବର୍ତ୍ତମାନ ଏହାକୁ ସର୍ଭ କରନ୍ତୁ ।