Only for Entertainment

ପ୍ରସ୍ତୁତ କରନ୍ତୁ ସ୍ପାଇସି ଗ୍ରେଭି ଚିକେନ୍

Steffi's Recipes
0 66

ସାମଗ୍ରୀ-

ତେଲ- ୮୦ ମିଲି
ପିଆଜ- ୧୫୦ ଗ୍ରାମ
ରସୁଣ ପେଷ୍ଟ- ୧ ବଡ ଚାମଚ
ଅଦା ପେଷ୍ଟ- ୧ ବଡ ଚାମଚ
ହଳଦୀ- ଅଧା ଚାମଚ
ଗରମ ମସଲା- ଅଧା ଚାମଚ
ଚିକେନ ମସଲା- ୧ ଚାମଚ
ଧନିଆ ପାଉଡର- ୧ ଚାମଚ
ଲୁଣ –ସ୍ୱାଦ ଅନୁସାରେ
ଚିକେନ- ୭୨୦ ଗ୍ରାମ
ପାଣି- ୧୫୦ ଗ୍ରାମ
ଧନିଆ- ଗାର୍ନିସ ପାଇଁ

ପ୍ରଣାଳୀ-

– ଏକ ବଡ ପ୍ୟାନରେ ୮୦ ମିଲି ତେଲ ପକାଇ ଗରମ କରନ୍ତୁ । ତେଲ ଗରମ ହେବା ପରେ ସେଥିରେ ୧୫୦ ଗ୍ରାମ ପିଆଜ ପକାଅ ଭାଜନ୍ତୁ ।

– ଏହାପରେ ସେଥରେ ରସୁଣ ପେଷ୍ଟ. ଅଦା ପେଷ୍ଟ ପକାଇ ୨ ରୁ ୩ ମିନିଟ ମସଲାକୁ କଶନ୍ତୁ ।

– ବର୍ତ୍ତମାନ ଏଥିରେ ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ପାଉଡର, ଗରମ ମସଲା, ଚିକେନ ମସଲା ଏବଂ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ।

– ମସଲା କଶି ହେବା ପରେ ସେଥିରେ ଚିକେନ ପକାଇ ମସଲା ସହିତ ଭଲଭାବେ ମିଶାଇ ଦିଅନ୍ତୁ ।

– କିଛି ସମୟ ପରେ ୧୫୦ ମିଲି ପାଣି ଦେଇ ମିଶାଇ ଘୋଡାଇ ଦିଅନ୍ତୁ । ଏହାପରେ ଚିକେନକୁ ସିଝିବା ପାଇଁ ୪୦ ମିନିଟ ଛାଡି ଦିଅନ୍ତୁ ।

– ବର୍ତ୍ତମାନ ଏହାକୁ ଗ୍ୟାସରୁ ଓହ୍ଲାଇ ସେଥିରେ ଧନିଆ ପତ୍ର ପକାନ୍ତୁ ।

– ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ପାଇସି ଗ୍ରେଭି ଚିକେନ୍ । ଗରମ ଗରମ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More