Only for Entertainment

କ୍ରିକେଟରୁ ସନ୍ୟାସ ନେବା ପରେ ଯୁବରାଜଙ୍କ ପତ୍ନୀ ହେଲେ ଭାବୁକ, ଶେୟାର କଲେ ଇମୋସନାଲ ପୋଷ୍ଟ !

34

ପଡିଆରେ ଛକାଚୌକା ବର୍ଷା କରି ଦର୍ଶକଙ୍କ ଛାତିରେ, ଦର୍ଶକଙ୍କ ମନରେ ରାଜ କରୁଥିବା ଯୁବରାଜଙ୍କ ଯୁଗ ସରିଛି । ଆନ୍ତଃର୍ଜାତୀୟ କ୍ରିକେଟ ସହ ଆଇପିଏଲରୁ ଯୁବରାଜ ସିଂହ ସନ୍ୟାସ ନେବା ପରେ ତାଙ୍କୁ ନେଇ ଚାରିଆଡେ ହେଉଛି ଚର୍ଚ୍ଚା । ହଠାତ ଯୁବରାଜ କଣ ପାଇଁ କ୍ରିକେଟରୁ ଅବସର ନେଲେ ? ସନ୍ୟାସ ନେବା ପାଇଁ କାହିଁକି ନିଷ୍ପତ୍ତି ନେଲେ ଯୁବି ? ମ୍ୟାଚରୁ ବାଦ ପଡିବା ଯୋଗୁଁ ନା ଫିଟନେସ ନଥିବାରୁ କ୍ରିକେଟ କୋଳରୁ ମଥା କାଢ଼ିନେଲେ ଯୁବି? ଏମିତି କିଛି ପ୍ରଶ୍ନ ଏବେ ସମସ୍ତଙ୍କ ମୁଣ୍ଡରେ ବୁଲୁଛି ।


ଯୁବରାଜ ସନ୍ୟାସ ଘୋଷଣା କରିବା ପରେ ଅଭିନେତ୍ରୀ ତଥା ପତ୍ନୀ ହେଜଲ କିଚ ଇନଷ୍ଟାଗ୍ରାମରେ ଭାବୁକ ହୋଇ ଇମୋସନାଲ ପୋଷ୍ଟ କରିଛନ୍ତି । ଏହାସହ ଏକ ଯୁ୍ଗର ଅନ୍ତ ହେଲା ଏବଂ ଯୁବରାଜଙ୍କ ଉପରେ ସେ ଗର୍ବିତ ବୋଲି ଲେଖି ପୋଷ୍ଟ କରିଛନ୍ତି ଅଭିନେତ୍ରୀ ହେଜଲ ।

 

View this post on Instagram

 

And, with that, its the end of an era. Be proud of yourself husband, now onto the next chapter…. love you @yuvisofficial

A post shared by Hazel Keech Singh (@hazelkeechofficial) on

ଯୁବରାଜ ପଂଜାବର ଚଣ୍ଡିଗଡ ସହ ଜଡିତ । କ୍ରିକେଟ କ୍ୟାରିଅରରେ ଥିବା ବେଳେ ତାଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯୋଡି ହୋଇ ଶୁଣିବାକୁ ମିଳିଥିଲା । କିନ୍ତୁ ସେ ଶେଷରେ ହେଜଲଙ୍କ ସହ ବିବାହ କରିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ହେଜଲ କରୀନା ଏବଂ ସଲମାନ ଷ୍ଟାରର ଫିଲ୍ମ ବଡିଗାର୍ଡ’ରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More