Only for Entertainment

ୟୁବରାଜ ସିଂ ଶେୟାର କଲେ ଏଭଳି ଭିଡିଓ, ଫ୍ୟାନ୍ସ ମାନେ ହସି ହସି ହେଲେ ବେଦମ୍ !

46

ୟୁବରାଜ ସିଂ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । ନିକଟରେ ସେ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଲୋକମାନଙ୍କୁ ଖୁବ ହସାଉଛି । ଅସଲରେ ୟୁବି ଅବୁଧାବିରେ ଚାଲିଥିବା ଟ-୧୦ଲିଗରେ ଖେଳୁଛନ୍ତି । ଯେଉଁଠି ସେ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ସେ ଜଣେ ବିଦେଶୀ ଖେଳାଳୀଙ୍କ ସହ ପଂଜାବୀରେ କଥାବାର୍ତ୍ତା ହେଉଥିବାର ନଜର ଆସିଛନ୍ତି । ଏବେ ଆପଣ ଭାବିନିଅନ୍ତୁ ଯେ ୟୁବରାଜ ସିଂଙ୍କ ପଂଜାବୀ ଭାଷା ଖୁବ ଭଲ । କିନ୍ତୁ ତାଙ୍କ ବନ୍ଧୁ ପଂଜାବୀ ଭାଷା ଏତେ କ୍ୟୁଟ ଅନ୍ଦାଜରେ କହିଛନ୍ତି ଯେ ଯାହା ୟୁବିଙ୍କୁ ହସାଇବା ପାଇଁ ବାଧ୍ୟ କରିଦେଇଥିଲା ।

ୟୁବରାଜ ସିଂ ଏହି ଭିଡିଓରେ ଶେୟାର କରି ଲେଖିଛନ୍ତି ଯେ ‘ଅଛି ପଂଜାବୀ ହେବ ବ୍ରୋ.. ଚାଡବିକ ବାଲ୍ଟନ, ଓହ..ଚଲ ୟାର ଚଲିଏ । ଏଠାରେ ଆମେ କହି ରଖୁଛୁ ଯେ ବାଲ୍ଟନ ୱେଷ୍ଟ ଇଣ୍ଡିଜ୍’ର ଖେଳାଳୀ ଅଟନ୍ତି । ଆପଣ ମଧ୍ୟ ଶୁଣି ପାରୁଥିବେ ଚାଡୱିକ କିଭଳି ପଂଜାବୀ କହୁଛନ୍ତି । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

ୟୁବିଙ୍କ ଦ୍ୱାରା ଶେୟାର କରାଯାଇଥିବା ଭିଡିଓ ୩୦ହଜାରରୁ ଅଧିକ ଭ୍ୟୁ ଏବଂ ୪ହଜାରରୁ ଅଧିକ ଲାଇକ୍ସ ମିଳି ସାରିଲାଣି । ରିପୋର୍ଟ ମୁତାବକ, ୟୁବରାଜ ଅସଲରେ ଅବୁଧାବିରେ ଚାଲିଥିବା ଟି-୧୦ଲିଗରେ ‘ମରାଠା ଅରେବିୟଂସ’ଙ୍କ ପାଇଁ ଖେଳୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More