Only for Entertainment

ଯୁବରାଜ ସିଂଙ୍କ ପତ୍ନୀ ହେଜଲ କିଚ ସୋସିଆଲ ମିଡିଆରେ ଲେଖିଲେ ଇମୋଶନାଲ ପୋଷ୍ଟ ।

ndtv
60

ସୋସିଆଲ ମିଡିଆରେ ଏବେ ୧୦ ବର୍ଷ ଚ୍ୟାଲେଂଜ ଟ୍ରେଣ୍ଡ କରୁଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟୀଙ୍କ ପର୍ଯ୍ୟନ୍ତ ୧୦ ବର୍ଷର ପୁରୁଣା ଫଟୋ ସହିତ ବର୍ତ୍ତମାନର ଫଟୋକୁ ଶେୟାର କରୁଛନ୍ତି । ବର୍ତ୍ତମାନରେ ଏହି କ୍ରମରେ କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ହେଜଲ ମଧ୍ୟ ନଜର ଆସିଛନ୍ତି । ସେ ତାଙ୍କର ଏକ ୧୦ ବର୍ଷ ପୁରୁଣା ଫଟୋ ଶେୟାର କରି ଏକ ଖୁଲାସା କରିଛନ୍ତି ଯାହା ବିଷୟରେ ପୂର୍ବରୁ କେହି ମଧ୍ୟ ଜାଣିନଥିଲେ । ୧୦ ବର୍ଷ ପୂର୍ବରୁ ହେଜଲଙ୍କୁ ବଲିଉଡରେ କୌଣସି ପରିଚୟ ମିଳିନଥିଲା । ଏହି ଚ୍ୟାଲେଂଜ ନେଇ ହେଜେଲ ଦୁଇଟି ଫଟୋ ଶେୟାର କରିଛନ୍ତି । ପୁରୁଣା ଫଟୋରେ ହେଜଲଙ୍କ ଓଜନ କିଛି କମ ଲାଗୁଛି । ଫଟୋରେ ତାଙ୍କ କେଶ ମଧ୍ୟ ଲମ୍ବା ଦେଖାଯାଉଛି । କିନ୍ତୁ ନୂଆ ଫଟୋରେ ତାହା ସଂପୂର୍ଣ୍ଣ ବିପରୀତ ।

ହେଜଲଙ୍କ ଲେଖିଛନ୍ତିଯେ ୧୦ ବର୍ଷ ପୂର୍ବରୁ ମୁଁ ଚିନ୍ତାରେ ରହୁଥିଲି, ଅବଶ୍ୟ ଏହି ବିଷୟରେ କେହି ମଧ୍ୟ ଜାଣିନଥିଲେ । କାରଣ ମୁଁ ସମସ୍ତଙ୍କ ସହିତ ହସ ହସ ମୁହଁ ସହିତ ମିଶୁଥିଲି । ସେହି ଦିନ ମାନଙ୍କରେ ମୁଁ ଭଲ ଦେଖାଯିବା ପାଇଁ ଭୋକରେ ରହୁଥିଲି । କେଶକୁ କଳା କରୁଥିଲି । କିନ୍ତୁ ଏହି ସମସ୍ତ ମୋତେ ଚିନ୍ତିତ କରୁଥିଲା । ଆଜି ମୋତେ କାହାକୁ ଡର ନାହିଁ । ମୁଁ ମୋ ଇଛା ଅନୁସାରେ ବଂଚୁଛି । ଏହା ସହିତ ପୂର୍ବ ଅପେକ୍ଷା ସୁସ୍ଥ ମଧ୍ୟ ଅଛି ।

କହିରଖୁଛୁଯେ ହେଜଲ ଫିଲ୍ମ ବଡିଗାର୍ଡ଼ରେ କରୀନା କପୁରଙ୍କ ସାଙ୍ଗ ଭୂମିକାରେ ନଜର ଆସିଥିଲେ । କ୍ରିକେଟର ଯୁବରାଜଙ୍କ ସହିତ ଲମ୍ବା ସମୟ ଧରି ସଂପର୍କରେ ରହିବା ପରେ ଶେଷରେ ଦୁଇଜଣ ୨୦୧୮ରେ ବିବାହ କରିଥିଲେ । ତେବେ ଏହା ପୂର୍ବରୁ ଦୀପିକା ମଧ୍ୟ ଡିପ୍ରେସନରେ ଗତି କରୁଥିବା କଥା ଜଣାଇଥିଲେ । କେବଳ ଦୀପିକା ନୁହଁନ୍ତି ବରଂ ଏଭଳି ଅନେକ ହିରୋଇନ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More