Only for Entertainment

ଫିଲ୍ମ ନୋଟବୁକ’ର ଟ୍ରେଲର ରିଲିଜ ହେବା ପୂର୍ବରୁ ରିଲିଜ ହେଲା କ୍ୟୁଟ ଭିଡିଓ, ଝଗଡା କରୁଥିବାର ନଜର ଆସିଲେ କୁନି ପିଲା !

23

ଫିଲ୍ମ ନୋଟବୁକର ନିର୍ମାତା ଏକ ପୋଷ୍ଟର ଶେୟାର କରିଥିଲେ । ଯେଉଁଥିରେ ଜହୀର ଏବଂ ପ୍ରନୁତନ ପିଲାଙ୍କ ମଧ୍ୟରେ ଥାଇ ହସୁଥିବାର ନଜର ଆସିଥିଲେ । ଏବେ ଜହିର ଇକବାଲ ଏବଂ ପ୍ରନୁତନ ଏକ ୩୧ସେକେଣ୍ଡର ଭିଡିଓ ଶେୟାର କରିଛନ୍ତି ।

ଟ୍ରେଲର ଲଂଚ ହେବା ପୂର୍ବରୁ ଦୁଇ କଳାକାର ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସବୁ ଛୁଆ ନୋଟବୁକ ପାଇଁ ଝଗଡା କରୁଥିବାର ନଜର ଆସିଥିଲେ ।

ନୋଟବୁକ ୨୦୧୯ରେ ରିଲିଜ ହେବାକୁ ଥିବା ବଲିଉଡ ରୋମାନ୍ସ-ଡ୍ରାମା ଫିଲ୍ମ ଅଟେ । ଫିଲ୍ମଟି କଶ୍ମୀରର ପୃଷ୍ଠଭୂମିରେ ସୁଟ କରାଯାଇଛି । ଅଭିନେତା ଜହିର ଏକ ମାତ୍ର ବ୍ୟକ୍ତି ତାଙ୍କ ଘରେ, ଯିଏ ଅଭିନୟ ଜଗତରେ ପାଦ ଦେଇଛନ୍ତି । ଫିଲ୍ମ ଦୁନିଆରେ ପାଦ ଦେବା ପୂର୍ବରୁ ଡେବ୍ୟୁଟାଂଟ ଅଭିନେତ୍ରୀ ଜଣକ ପେଶାରେ ଓକିଲ ଥିଲେ । ରାଷ୍ଟ୍ରୀୟ ପୁରସ୍କାର ବିଜେତା ନିତିନ କକ୍କଡଢଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ସଲମାନ ଖାନ, ମୁରାଦ ଖେତାନୀ ଏବଂ ଅଶ୍ୱୀନ ବର୍ଦେଙ୍କ ଦ୍ୱାରା ନିର୍ମିତ ହୋଇଛି । ଏହି ଫିଲ୍ମ ୨୯ମାର୍ଚ୍ଚ, ୨୦୧୯ରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More