Only for Entertainment

ପ୍ରେମରେ ପଡିଲେ ବଲିଉଡ୍ ସୁନ୍ଦରୀ ସୋନାକ୍ଷୀ ସିହ୍ନା, ନବାଗତ ଷ୍ଟାର୍ ଜାହିର୍ ଇକବାଲଙ୍କୁ କରୁଛନ୍ତି ଡେଟ୍ !

Times of India
86

ପ୍ରେମରେ ପଡିଛନ୍ତି ବଲିଉଡ୍ ସୋନା । ପୂର୍ବରୁ ତାଙ୍କ ନାମ ଅନେକଙ୍କ ସହ ଯୋଡା ଯାଇଥିଲା । ସାହିଦ୍ କପୁର୍, ରଣବୀର୍ ସିଂ, ବଂଟି ସଚଦେବାଙ୍କ ସହ ସୋନାକ୍ଷୀଙ୍କ ଆଫେୟାର୍ ଥିବା ମଧ୍ୟ ଖବର ଶୁଣିବାକୁ ମିଳୁଥିଲା । ହେଲେ ଏବେ ସେ ଆଉ ଜଣଙ୍କୁ କରୁଛନ୍ତି ଡେଟ୍ । ନବାଗତ ଷ୍ଟାର୍ ଜାହିର୍ ଇକବାଲଙ୍କୁ ଡେଟ୍ କରୁଛନ୍ତି ଏହି ସୁନ୍ଦରୀ । ଏମିତି ଏକ ଖବର ଢେର୍ ଚର୍ଚ୍ଚା ସାଉଁଟିଛି ମାୟାନଗରୀରେ । ଜାହିର୍ ଓ ସୋନାକ୍ଷୀଙ୍କୁ ଏବେ ପ୍ରାୟ ସମୟରେ ଏକାଠି ଦେଖିବାକୁ ମିଳୁଛି । ତେବେ ଜାହିର୍ ଓ ସୋନାକ୍ଷୀଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହେବା ପଛରେ ରହିଛି ଦବଙ୍ଗ ଖାନ୍ ସଲମାନଙ୍କ ହାତ ।

ସଲମାନ୍ ହିଁ ଏହି ଦୁଇ ଜଣଙ୍କୁ ମିଶାଇ ଥିଲେ । ଆଉ ଧିରେ ଧିରେ ଏମାନଙ୍କ ଭିତରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ଜଣା ପଡିଛି । ଦୁହିଁଙ୍କୁ ପ୍ରାୟ ସମୟରେ ଏକାଠି ଦେଖିବାକୁ ମିଳୁଛି ମଧ୍ୟ ।

ଫିଲ୍ମ ବିଷୟରେ କହିବାକୁ ଗଲେ ସୋନାକ୍ଷୀ ୨୦୧୦ର ଫିଲ୍ମ ଦବାଙ୍ଗରୁ ବଲିଉଡରେ ନିଜ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ । ଆଉ ବି-ଟାଉନରେ ତାଙ୍କୁ ଲଂଚ୍ କରିଥିଲେ ସଲମାନ୍ । ଆଉ ଏବେ ଜାହିରଙ୍କୁ ମଧ୍ୟ ଲଂଚ୍ କରିବାକୁ ଯାଉଛନ୍ତି ସଲମାନ୍ । ଆଗାମୀ ବଲିଉଡ୍ ମୁଭି ନୋଟବୁକ୍ ଜରିଆରେ ଜାହିର୍ ବି-ଟାଉନରେ କରିବାକୁ ଯାଉଛନ୍ତି ଏଂଟ୍ରି । ଫିଲ୍ମ ରିଲିଜ୍ ପୂର୍ବରୁ ଏହି ଷ୍ଟାର୍ ଜଣଙ୍କ ନିଜ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More