Only for Entertainment

ଫିଲ୍ମ ଦୁନିଆରୁ ବିଦାୟ ନେଲେ ଦଙ୍ଗଲ ଗର୍ଲ ଜାୟରା ବସୀମ ।

26

ଫିଲ୍ମ ଦଙ୍ଗଲ ଫେମ ଏବଂ ନେସନାଲ ଆୱାର୍ଡ଼ ପାଇଥିବା ଟ୍ୟାଲେଂଟେଡ ଅଭିନେତ୍ରୀ ଜାୟରା ବସୀମ ଖୁବ ବଡ଼ ଫ୍ୟାନ ଫଲୋଇଙ୍ଗ ରହିଛି । ଫିଲ୍ମ ଦଙ୍ଗଲ ଏବଂ ସିକ୍ରେଟ ସୁପରଷ୍ଟାରରେ ଦମଦାର ଅଭିନୟ କରିଥିଲେ ଜାୟରା । ଦୁଇଟି ଫିଲ୍ମ କରିବା ପରେ ମଧ୍ୟ ଦର୍ଶକ ତାଙ୍କୁ ବେଶ ପସନ୍ଦ କରୁଛନ୍ତି । କିନ୍ତୁ ହଠାତ ବଲିଉଡକୁ ବିଦାୟ କହିଛନ୍ତି ଜାୟରା । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଏକ ଝଟକା ଦେଇଛି ।

 

 

View this post on Instagram

 

A post shared by Zaira Wasim (@zairawasim_) on

ନିକଟରେ ଜାୟରା ବସୀମ ତାଙ୍କର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ଜାୟରା ବଲିଉଡରେ ୫ ବର୍ଷ ପୂର୍ବରୁ ପାଦ ଦେଇଥିବା ନିଷ୍ପତ୍ତି କିଭଳି ତାଙ୍କ ଜୀବନ ବଦଳାଇଦେଲା, ତାହା ଲେଖିଛନ୍ତି । ତାଙ୍କୁ ଯେତିକି ପରିଚୟ ମିଳିଛି ସେ ଖୁବ ଖୁସି । ଯେଉଁଥିରେ ଜାୟରା ଲେଖିଛନ୍ତି ଫିଲ୍ମରେ ଯୋଡ଼ି ହୋଇ ରହିବା ପରଠାରୁ ସେ ତାଙ୍କ ଇସଲାମ ଧର୍ମରୁ ଦୂରେଇ ଯାଉଛନ୍ତି । ତେବେ ସେ ଅନୁଭବ କରିଛନ୍ତି ଏହା ତାଙ୍କ ପ୍ରକୃତ ଖୁସି ନୁହେଁ ଯାହା ସେ ଚାହୁଁଛନ୍ତି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଜାୟରା ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଆଗାମୀ ଫିଲ୍ମ ଦ ସ୍କାଇ ଇଜ ପିଙ୍କ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More