Only for Entertainment

ପିଲାଦିନରୁ ଡିପ୍ରେସନରେ ପିଡିତ ଦଙ୍ଗଲ ଗାର୍ଲ ଜାୟରା ୱସୀମ, ମନକୁ ଆସୁଥିଲା ଆତ୍ମହତ୍ୟା କରିବାର ଭାବନା ।

Zee News
0 40

ସିକ୍ରେଟ ସୁପରଷ୍ଟାର ଜାୟରା ୱସୀମ ଅଳ୍ପ କିଛି ଫିଲ୍ମରେ କାମ କରି ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଠି କରିପାରିଛନ୍ତି । କ୍ୟାରିୟର ଆରମ୍ଭରୁ ତାଙ୍କୁ ସୁପରଷ୍ଟାର ଅମିର ଖାନଙ୍କ ସହିତ କାମ କରିବାର ସୁଯୋଗ ମିଳିଥିଲା । ନିକଟରେ ଜାୟରା ସୋସିଆଲ ମିଡିଆ ରେ ନିଜ ଜୀବନର କିଛି ଖାସ କଥା ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ସେ କହିଛନ୍ତି ଯେ ପିଲାଦିନରୁ ସେ ମାନସିକ ରୋଗରେ ପିଡିତ ।

ଶୁକ୍ରବାର ଜାୟରା ଟୁଇଟ କରି ଲେଖିଥିଲେ, ସେ ଖୁବ କମ ବୟସରେ ମାନସିକ ରୋଗରେ ପିଡିତ ଥିଲେ । ଜାୟରା ଏକ ଓପନ ଲେଟର ଲେଖି ନିଜର ଭାବନାକୁ ବ୍ୟକ୍ତ କରିଛନ୍ତି । ଜାୟରା କହିଛନ୍ତି ଯେ, ‘ହୋଇପାରେ ଏହା ଜୀବନର ଏକ ଅଂଶ କିନ୍ତୁ ଏହା ମୋତେ ଏପରି ଏକ ପରିସ୍ଥିତିରେ ଠିଆ କରିଛି ଯାହାର କଳ୍ପନା ମୁଁ କେବେ କରିନଥିଲି ।’


ସେ ଆଗକୁ ମଧ୍ୟ କହିଥିଲେ ‘ମୋର ଏବେ ମଧ୍ୟ ମନେ ଅଛି ୧୨ ବର୍ଷରେ ମୋତେ ପ୍ରଥମ ପ୍ୟାନିକ ଆଟାକ ହୋଇଥିଲା । ୧୪ ବର୍ଷ ବୟସରେ ଏପରି ଆଉଥରେ ହୋଇଥିଲା । ମୋର ମନେ ନାହିଁ ଏପରି କେତେ ଥର ହୋଇଛି । ମୁଁ ଜାଣିନି ଏଥିପାଇଁ ମୋତେ କେତେ ଔଷଧ ଖାଇବାକୁ ପଡିବ । କିନ୍ତୁ ସମସ୍ତେ ମୋତେ ବୁଝାଇଥାନ୍ତି ଏହି ବୟସରେ ଡିପ୍ରେସନ ହୁଏ ନାହିଁ ।’ ଏହାକୁ ନେଇ ତାଙ୍କ ମନରେ ଆତ୍ମହତ୍ୟା କରିବାର ଭାବନା ଆସିଛି ବୋଲି ମଧ୍ୟ ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହା ସହିତ ସେ କହିଥିଲେ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନେ ମୋ ସହିତ ସବୁ ପରିସ୍ଥିତିରେ ଠିଆ ହୋଇଛନ୍ତି । ଏପରି ସ୍ଥିତିରେ ମୋ ପରିବାର ଧୈ÷ର୍ଯ୍ୟର ସହିତ ରହିଥିବାରୁ ମୁଁ ଯେତେ ତାଙ୍କୁ ଧନ୍ୟବାଦ ଜଣାଇବି ତାହା କମ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More