Only for Entertainment

ଜାକିର ହୁସେନ ନେଇ ଆସୁଛନ୍ତି ସାଧାରଣ ଲୋକଙ୍କ କାହାଣୀ ‘ବିଚବାଲେ’ , ଅସୁବିଧାରେ ରହି ମଧ୍ୟ ଫୁଟାଇବେ ହସ !

amarujala
22

ଜାକିର ହୁସେନଙ୍କର ଏକ ନୂଆ ଟିଭି ସିରିଅଲ ଆରମ୍ଭ ହେବାକୁ ଯାଉଛି । ଶୋ’ର ନାଁ ହେଉଛି ‘ବିଚବାଲେ ବାପୁ ଦେଖ ରହା ହେ’ । ସାଧାରଣ ଲୋକଙ୍କୁ ମଧ୍ୟରେ ଏହି ଶୋ’କୁ ନେଇ ଚର୍ଚ୍ଚା ଜୋର ଧରିଛି । ଅସଲରେ , ଏହି ଶୋ’ ସାଧାରଣ ଲୋକଙ୍କ ଜୀବନ ଉପରେ ଆଧାରିତ ।

ଏହି ଶୋ ସମସ୍ତ ଟିଭିରେ ଟେଲିକାଷ୍ଟ କରାଯିବ । ଏହି ଶୋ’ର ନିର୍ମାଣ ଏବଂ ନିର୍ଦ୍ଦେଶନା ଗରିମା ଭିଜନର ଅଶ୍ୱିନୀ ଧୀର କରିଛନ୍ତି । ‘ବିଚବାଲେ ବାପୁ ଦେଖ ରହା ହେ’ସିରିଅଲର କାହାଣୀ ଭାରତର ମଧ୍ୟବିତ୍ତ ବ୍ୟକ୍ତିଙ୍କ ପାଇଁ ଅଟେ । ସେ ନିଜ ଇଚ୍ଛା ଏବଂ ମୁଲ୍ୟ ମଧ୍ୟରେ ଫଶି ରହିଛି ।

ଯାହାର ସ୍ୱପ୍ନ ଏକ ବଡ ଘର, ଫ୍ୟାନ୍ସି କାର କିଣିବା ଏବଂ ବିଦେଶରେ ବୁଲିବା । ମାତ୍ର ସ୍ୱଳ୍ପ ମଜୁରୀ ଏବଂ ଜରୁରୀ ଖର୍ଚ୍ଚ ମଧ୍ୟରେ ସେ ଛନ୍ଦି ହୋଇଯିବାର ତା’ର ଆଶା ଧୀରେ ଧୀରେ ହାତରୁ ଛୁଟିବାରେ ଲାଗିଛି । ଏହି ଶୋ’ରେ ଜାକିର ବବି ବିଚବାଲେ ଭୂମିକାରେ ନଜର ଆସିବେ ।
ବବି ମୁଖ୍ୟ ନାୟକ ଅଟେ, ଯେ କି ସଂଯୁକ୍ତ ପରିବାରର ଅଂଶ ଅଟେ । ଏହି ପରିବାରରେ ରୁହନ୍ତି ବବିଙ୍କ ୭୦ବର୍ଷୀୟ ବାପା ଏବଂ ୯୨ବର୍ଷର ଜେଜେ, ଯାହାଙ୍କୁ ଲୋକେ ବାପୁଜୀ ସମ୍ବୋଧନ କରନ୍ତି । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More