Only for Entertainment

ରିଲାଏନ୍ସ ଜିଓକୁ ଝଟକା, ଜି ହଟାଇଲା ସମସ୍ତ ତଥ୍ୟ ।

Digit
0 85

ସୁଭାଷ ଚନ୍ଦ୍ର୍ରାଙ୍କ ଜି ଏଂଟରଟେନମେଂଟ ଏଂଟରପ୍ରାଇଜର୍ସ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓକୁ ଝଟକା ଦେଇ ପ୍ଲାଟଫର୍ମରୁ ନିଜର ସମସ୍ତ ତଥ୍ୟ ହଟାଇ ସାରିଛନ୍ତି । ଏଥିରେ ଜି’ର ୩୫ଟି ଲାଇଭ ଟିଭି ଚ୍ୟାନେଲ ୨ ଲକ୍ଷ ଘଂଟାରୁ ଅଧିକ ଭିଡ଼ିଓ ଅନ ଡିମାଣ୍ଡ ତଥ୍ୟ ସାମିଲ ରହିଛି । ଦୁଇ କମ୍ପାନୀ ଏହାର କାରଣକୁ ନେଇ ଏପର୍ଯ୍ୟନ୍ତ ନୀରବ ରହିଛନ୍ତି ।

ଖବର ଅନୁସାରେ ଦୁଇ କମ୍ପାନୀ ମଧ୍ୟରେ ବାଣିଜ୍ୟିକ ଚୁକ୍ତିକୁ ନେଇ ସହମତି ମିଶିଲା ନାହିଁ । ଜି ମ୍ୟାନେଜମେଂଟ ୬ ଅଗଷ୍ଟକୁ ରିଲାଏନ୍ସ ଜିଓ ସହିତ ୨୦୧୬ରେ ସାଇନ ହୋଇଥିବା ମଲ୍ଟି ଇୟର ଡିଲକୁ ରବ୍ଦ କରି ତାଙ୍କ ପ୍ଲାଟଫର୍ମରୁ ସମସ୍ତ ତଥ୍ୟ ହଟାଇବାର ନିଷ୍ପତ୍ତି ନେଲା ।

ମଙ୍ଗଳବାରକୁ ଜି ଟିଭି,ଜି ସିନେମା,ଜି ମରାଠୀ ସମେତ ୩୫ଟି ଲାଇଭ ଚ୍ୟାନେଲର ପ୍ରସାରଣ ଜିଓ ଟିଭି ଆପ ଏବଂ ଜିଓ ଲାଇଭ ଟିଭି ଆପରେ ବନ୍ଦ କରି ଦିଆଯାଇଛି । ଜିଓ ଟିଭି ଆପ ଜିଓ ସବସ୍କ୍ରାଇବରଙ୍କୁ ଲାଇଭ ଟିଭି ଚ୍ୟାନେଲ ଦେଖିବାର ସୁଯୋଗ ଦେଇଥାଏ । ଏଥିରେ ୭ ଦିନ ପୂର୍ବର ଟିଭି ଏପିସୋଡ ଦେଖିବାକୁ ମିଳିଥାଏ ।

ଜି ଏହା ସହିତ ନନ ଏୟାର ଶୋ ଏବଂ ଫିଲ୍ମ ସହିତ ଅନ୍ୟ ଲାଇବ୍ରେରୀ ତଥ୍ୟକୁ ହଟାଇ ଦେଇଛନ୍ତି । ଏହା ମଲ୍ଟି ଏୟାର ଡିଲର ଏକ ଭାଗ ଥିଲା । ଏହି ତଥ୍ୟକୁ ଜିଓ ସିନେମା ଆପ ଜରିଆରେ ଜିଓ ସବସ୍କ୍ରାଇବରଙ୍କୁ ଅଫର କରାଯାଉଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More