Only for Entertainment

ପ୍ରତୀକ୍ଷାର ହେଲା ଅନ୍ତ, ଶାହରୁଖଙ୍କ ଜନ୍ମଦିନରେ ରିଲିଜ ହେଲା ‘ଜିରୋ’ ଟ୍ରେଲର ।

NewsX
23

ଆଜିର ଦିନ ଶାହରୁଖଙ୍କ ଫ୍ୟାନ୍ସଙ୍କ ପାଇଁ ଖୁବ ଖାସ ଦିନ । କାରଣ କିଙ୍ଗ ଖାନ ଆଜି ୫୩ ବର୍ଷରେ ପଦାର୍ପଣ କରିଛନ୍ତି । ଏହା ସହିତ ଶାହରୁଖଙ୍କ ଜନ୍ମଦିନ ଅବସରରେ ତାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଜିରୋ’ର ଟ୍ରେଲର ରିଲିଜ କରାଯାଇଛି । ୩ ମିନିଟ ୧୪ ସେକେଣ୍ଡର ଟ୍ରେଲର ଶାହରୁଖଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି ।

ବଲିଉଡ ଫିଲ୍ମ ଜଗତର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଆନନ୍ଦ ଏଲ ରୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଯିଏ କି ତନୁୁ ୱେଡସ ମନୁ ପରି ସୁପରହିଟ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ଶାହରୁଖଙ୍କ ସହିତ କ୍ୟାଟ୍ରିନା ଏବଂ ଅନୁଷ୍କା ନଜର ଆସିଛନ୍ତି । ଫିଲ୍ମ ୨୧ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More