Only for Entertainment

ଫିଲ୍ମ ଜିରୋ ପରେ କ’ଣ ପାଇଁ କୌଣସି ଫିଲ୍ମ ସାଇନ କରୁନାହାଁନ୍ତି ଅନୁଷ୍କା ଶର୍ମା ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

google
96

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପାଇଁ ୨୦୧୮ ଖୁବ ଖାସ ରହିଥିଲା । ଅନୁଷ୍କା ଗତ ବର୍ଷ ପରୀ, ସୁଇ-ଧାଗା ଏବଂ ଜିରୋ ପରି ଫିଲ୍ମ ଦେଇଥିଲେ । ଫିଲ୍ମ ବକ୍ସ ଅଫିସରେ ଖାସ କମାଲ କରିପାରିନଥିଲେ ମଧ୍ୟ ଅନୁଷ୍କାଙ୍କ ଅଭିନୟକୁ ଲୋକେ ଖୁବ ପସନ୍ଦ କରିଥିଲେ । ୨୦୧୮ରେ ଏତେ ଗୁଡିଏ ଫିଲ୍ମ ଦେଇଥିଲେ ମଧ୍ୟ ୨୦୧୯ର ଫାଷ୍ଟ ହାଫରେ ଅନୁଷ୍କା ଏପର୍ଯ୍ୟନ୍ତ ଗୋଟିଏ ବି ଫିଲ୍ମ ଦେଇନାହାଁନ୍ତି । ଏହାକୁ ନେଇ ଅନୁଷ୍କାଙ୍କ ଫ୍ୟାନ୍ସ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

 

 

View this post on Instagram

 

@filmfare

A post shared by AnushkaSharma1588 (@anushkasharma) on

ଅଭିନେତ୍ରୀ ନିକଟରେ ଫିଲ୍ମ ଠାରୁ ନେଇଥିବା ବ୍ରେକ ବିଷୟରେ ଫିଲ୍ମଫେୟରକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି । ଅନୁଷ୍କାହ୍କ କହିବା ଅନୁସାରେ, ‘ଏହି ନିର୍ଣ୍ଣୟ ମୁଁ ବୁଝି ବିଚାରି ନେଇଛି । ମୁଁ ଜିରୋ ପରେ କିଛି ଦିନର ବ୍ରେକ ଚାହୁଁଥିଲି । କାରଣ ବିବାହ ପରେ ମୁଁ ଲଗାତାର କାମ କରୁଥିଲି । ବିବାହ ପରେ ମୁଁ ସୁଇଧାଗାର ସୁଟ କରିଥିଲି ଏବଂ ଏହାର ତୁରନ୍ତ ପରେ ଜିରୋର ସୁଟିଂରେ ବ୍ୟସ୍ତ ରହିଗଲି । କାମରୁ ଫୁରୁସତ ମିଳିଲେ ମୁଁ ବିରାଟଙ୍କୁ ଦେଖା କରିବା ପାଇଁ ଯାଉଥିଲି । ମୋତେ ଲାଗିଲା ଯେ କାମରୁ ବ୍ରେକ ନେବା ଦରକାର । ମୁଁ ମୋ ଟିମକୁ ବି କହିଥିଲି ମୋତେ ଏବେ କୌଣସି ସ୍କ୍ରିପ୍ଟ ପଢିବାର ନାହିଁ । ଜଣେ କ୍ରିଏଟିଭ ବ୍ୟକ୍ତିଙ୍କ ପାଇଁ ବ୍ରେକ ଜରୁରୀ ହୋଇଥାଅ । କିନ୍ତୁ ଲୋକେ ବାରମ୍ବାର ପଚାରନ୍ତି କେଉଁ ଫିଲ୍ମ ସାଇନ କରୁଛ… ’

ଅନୁଷ୍କା ଶର୍ମାଙ୍କ ଫ୍ୟାନ୍ସ ମଧ୍ୟ ଲମ୍ବା ସମୟରୁ ଅନୁଷ୍କାଙ୍କୁ ପରଦାରେ ଦେଖିବା ପାଇଁ ଚାହୁଁଛନ୍ତି । ତେବେ ଫ୍ୟାନ୍ସଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More