Only for Entertainment

ଦିବ୍ୟାଙ୍ଗ ଡେଲିଭରୀ ବୟକୁ ‘ଜୋମାଟୋ’ ଦେଲା ଇଲେକ୍ଟ୍ରିକ ଟ୍ରାଇ –ସାଇକେଲ !

24

ଗତ କିଛିଦିନ ତଳେ ସୋସିଆଲ ମିଡିଆରେ ‘ଫୁଡ ଡେଲିଭରୀ ଆପ’ ‘ଜୋମାଟୋ’ ଖୁବ ଚର୍ଚ୍ଚାରେ ଥିଲା । ଏହି ଚର୍ଚ୍ଚାର କାରଣ ଥିଲେ ରାମୁ ସାହୁ । ରାମୁ ଦିବ୍ୟାଙ୍ଗ ଅଟନ୍ତି । କିନ୍ତୁ ଏହାସତ୍ତେ୍ୱ ସେ ଜୋମାଟୋରେ ଖାଦ୍ୟ ଡେଲିଭର କରୁଛନ୍ତି । ହାତରେ ଚଳାଉଥିବା ଟ୍ରାଇ ସାଇକେଲ ବ୍ୟବହାର କରୁଥିଲେ । ଏହି ଖବରକୁ ନେଇ ଜୋମାଟୋରେ ଖୁବ ପ୍ରଶଂସା କରାଯାଇଥିଲା, ଏବେ କମ୍ପାନୀ କିଛି ଏଭଳି କରିଛି ଯାହା ଆହୁରୀ ପ୍ରଶଂସନୀୟ ହୋଇଛି ।

ଟ୍ୱିଟରରେ ‘ଜୋମାଟୋ’ ଫାଉଣ୍ଡର ଦିପୀନ୍ଦର ଗୋୟଲ ମଙ୍ଗଳବାର ସନ୍ଧ୍ୟାରେ ଏକ ଖବର ଦେଇଛନ୍ତି । ସେ କହିଛନ୍ତି ଯେ କମ୍ପାନୀ ତରଫରୁ ରାମୁଙ୍କୁ ଏକ ଇଲେକ୍ଟ୍ରିକ ଟ୍ରାଇ ସାଇକେଲ ଉପହାରରେ ମିଳିଛି । ରାମୁ ସାହୁ ଏହାକୁ ଖୁସିର ସହ ସ୍ୱୀକାର କରିଛନ୍ତି । ଅର୍ଥାତ ଏବେ ଫୁଡ ଡେଲିଭରୀ କରିବାକୁ ରାମୁଙ୍କୁ ବହୁତ ସହାୟକ ହେବ ଏହି ଇଲେକ୍ଟ୍ରିକ ଟ୍ରାଇ ସାଇକେଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More