Only for Entertainment

ମୁକ୍ତିଲାଭ କଲା ଇମୋସନାଲ୍ ଡ୍ରାମା ଫିଲ୍ମ ଏ ଦିଲ୍ ତତେ ଦେଲି !

49

ଓଲିଉଡ ପରଦାରେ ମୁକ୍ତିଲାଭ କଲା ଇମୋସନାଲ୍ ଡ୍ରାମା ଫିଲ୍ମ ଏ ଦିଲ୍ ତତେ ଦେଲି । ଫିଲ୍ମର ମୁଖ୍ୟ ଆକର୍ଷଣ ସାଜିଛନ୍ତି ଓଲିଉଡର ଗର୍ଜିଅସ ନାୟିକା ରିୟାନା ଶୁକ୍ଳା । ଆଉ ଫିଲ୍ମରେ ରିୟାନାଙ୍କ ସହ ରୋମାନ୍ସ କରିବାରେ ନଜର ଆସିଛନ୍ତି ନବାଗତ ଆକ୍ଟର୍ ବିଭାସ । ନିକଟରେ ଏହି ସିନେମାର ପ୍ରିମିୟର୍ ଶୋ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ମେକରଙ୍କ ସହ ଷ୍ଟାର୍ ବି ଆସିଥିଲେ ନଜର ।

ମୁକ୍ତିଲାଭ କଲା ଓଲିଉଡ୍ ରୋମାଂଟିକ୍ – ଡ୍ରାମା ଫିଲ୍ମ ଏ ଦିଲ୍ ତତେ ଦେଲି । ଆଉ ନିକଟରେ ଅନୁଷ୍ଠିତ ହୋଇ ଯାଇଛି ଫିଲ୍ମର ପ୍ରିମିୟର୍ ଶୋ । ଟ୍ରାଙ୍ଗୁଲାର୍ ପ୍ରେମ କାହାଣୀ ସହ ଇମୋସନାଲ୍ ଡ୍ରାମା ବି ରହିଛି ଚଳଚ୍ଚିତ୍ର ଏ ଦିଲ୍ ତତେ ଦେଲିରେ । ଆଉ ଫିଲ୍ମରେ ଲିଡ ରୋଲରେ ନଜର ଆସିଛନ୍ତି ନବାଗତ ଷ୍ଟାର୍ ରିୟାନା ଓ ବିଭାସ । ଫିଲ୍ମରେ ଉଭୟ ନାୟକ ଓ ନାୟିକାଙ୍କତ ଭିତରେ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଛି । ଉଭୟ ରାୟାନା ଓ ବିଭାନ୍ ଏହି ସିନେମା ଜରିଆରେ ଓଲିଉଡରେ କରିଛନ୍ତି ଡେବ୍ୟୁ । ତେବେ ନିଜର ଏହି ସିନେମାକୁ ନେଇ କଣ କୁହନ୍ତି ଏହି ଯୋଡି ଚାଲନ୍ତୁ ଜାଣିବା ।

ଏସ୍ ଏଫ୍ ଫିଲ୍ମର ପ୍ରଥମ ଅବଦାନରେ ପ୍ରସ୍ତୁତ ହୋଇଥିବା ଏହି ସିନେମା ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିଲୁ ବକ୍ସ । ଅନେକ ଦିନରୁ ଫିଲ୍ମର ସୁଟିଂ ଏଡିଟିଂ ଶେଷ ହୋଇଥିବାବେଳେ, ଫିଲ୍ମ ରିଲିଜକୁ ରହିଥିଲା ଅପେକ୍ଷା । ଶେଷରେ ସିନେମାଟି ଏବେ ଆସିଛି ପରଦାକୁ ।

ରୋମାଂଟିକ୍ କାହାଣୀ ସହ ବେଶ୍ ହଟ ସିନକୁ ଫିଲ୍ମରେ ସ୍ଥାନ ଦେଇଛନ୍ତି ମେକର୍ । ନାୟକ ବିଭାସ ଓ ନାୟିକା ରିୟାନାଙ୍କ ଭିତରେ ବେଶ ଇଂଟିମେଟ୍ ସିନ୍ ଦେଖିବାକୁ ମିଳିଛି ଫିଲ୍ମରେ । ତେବେ ଏହି ସିନେମାଟିକୁ ଦର୍ଶକ କେତେଦୁର ପସନ୍ଦ କରୁଛନ୍ତି ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More