Only for Entertainment

ଆମାଜନ ପ୍ରାଇମ ଭିଡିଓରେ କିର୍ତ୍ତୀ ସୁରେଶଙ୍କ ଅଭିନୀତ ସାଇକୋଲଜିକଲ ଥ୍ରିଲର ‘ପେଙ୍ଗୁଇନ’ର ଟ୍ରେଲର ରିଲିଜ ।

239

କାର୍ତ୍ତିକ ସୁବାରାଜ ‘ପେଙ୍ଗୁଇନ’ର ନିର୍ମାଣ ଭାର ତୁଲାଇଥିବା ବେଳେ ଏଥିରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଈଶ୍ୱର କାର୍ତ୍ତିକ । ଏହା ନିର୍ଦ୍ଦେଶକଙ୍କ ପ୍ରଥମ ଫିଲ୍ମ । ଚଳିତ ମାସ ୧୯ଜୁନରେ ଭାରତ ଏବଂ ସାରା ଦୁନିଆ ଅର୍ଥାତ ୨୦୦ରୁ ଅଧିକ ଦେଶରେ ଏବଂ ପ୍ରାଇମ ୟୁଜର୍ସ ସଦସ୍ୟ ତାମିଲ, ତେଲୁଗୁ ଏବଂ ମଲୟାଲମ ଡବିଂ ସହ ଏହି ବହୁପ୍ରତିକ୍ଷିତ ଫିଲ୍ମ ଦେଖିପାରିବେ ।


ଷ୍ଟୋନ ବେଂଚ ଫିଲ୍ମର ପ୍ରଖ୍ୟାତ ନିର୍ମାତା କାର୍ତ୍ତିକ ସୁବାରାଜ କହିଛନ୍ତି ଯେ ‘ଷ୍ଟୋନ ବେଂଚ ଫିଲ୍ମ ଦକ୍ଷିଣୀ କାହାଣୀର ଏକ ନୂଆ ଲହରିର ଆରମ୍ଭ କରିବାକୁ ଯାଇ, ନିଆରା ସ୍ୱରକୁୁ ଜଣାଇବା ପାଇଁ ପ୍ରତିବଦ୍ଧ ଅଟେ , ଯାହା ନୂଆ ଦୃଷ୍ଟି କୋଣ ଦ୍ୱାରା ସମର୍ଥିତ ଅଟେ । ଏହା ଅବିଶ୍ୱସନୀୟ ରୁପରେ ପ୍ରତିଭାଶାଳୀ ଈଶ୍ୱର କାର୍ତ୍ତିକଙ୍କ ନିର୍ଦ୍ଦେଶନାର ପ୍ରଥମ ଫିଲ୍ମ ଅଟେ, ଯାହା ତାଙ୍କ ଦ୍ୱାରା ଲିଖିତ । ପାୱରହାଉସ କଳାକାର କିର୍ତ୍ତୀ ସୁରେଶଙ୍କୁ ଏକ ନିଆରା ଅବତାରରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More