Only for Entertainment

ରିଲିଜ ହେଲା ବାଳକାଟୀ ଐତିହ୍ୟ ଉପରେ ପ୍ରାମାଣିକ ଚଳଚିତ୍ର ।

290

ସମଗ୍ର ବାଳକାଟୀ ଅଞ୍ଚଳ ପାଇଁ ଏହା ଏକ ଖୁସି ଖବର । ଗର୍ବ ଏବଂ ଗୌରବର ବିଷୟ । ଆଜି ସମଗ୍ର ବିଶ୍ବରେ ମାତୃ ଦିବସ ପାଳିତ ହେଉଥିବା ବେଳେ , ନିଜର ଜନ୍ମ ମାଟିର ଐତିହ୍ୟ, ସଂସ୍କୃତି, ପରମ୍ପରା, ଗର୍ବ, ଗୌରବ ଓ ସ୍ବାଭିମାନ ଉପରେ ନିର୍ମିତ ଐତିହ୍ୟର ଅନ୍ତରାଳେ ବାଳକାଟୀ ଚଳଚିତ୍ର ଲୋକ ଲୋଚନକୁ ଆସିବା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଦେଇଛନ୍ତି ବାଳକାଟୀ ଅଞ୍ଚଳର ଖ୍ଯାତିନାମା ଯୁବ ଚଳଚିତ୍ର ନିର୍ଦ୍ଦେଶକ ଅଭିଶେକ ସ୍ବାଇଁ । ଦୀର୍ଘ ପନ୍ଦର ବର୍ଷ ଧରି ବାଳକାଟୀ ଉପରେ ଗବେଷଣା କରିଥିବା ଡା: କାଳନ୍ଦୀ ଚରଣ ସାହୁ ଏହାର ପ୍ରାମାଣିକ ତଥ୍ଯ ସମ୍ବଳିତ ସ୍କ୍ରିପ୍ଟ ରଚନା କରିଛନ୍ତି । ଏହି ଚଳଚ୍ଚିତ୍ରର ସଫଳତାରେ ସହକାରୀ ନିର୍ଦ୍ଦେଶକ ହରିଶ ମହାନ୍ତି, ସୂରଜ ପଟ୍ଟନାୟକ ପୂର୍ଣ ସହଯୋଗ କରିଛନ୍ତି ।କ୍ୟାମେରା ଦାଇତ୍ବ ତୁଲାଇଛନ୍ତି ବିଷ୍ଣୁ ପ୍ରସାଦ ମହାନ୍ତି ।

କବୟିତ୍ରୀ ଡା: ଗୌରୀ ଶତପଥୀ ସ୍ବର ରଚନା କରିଥିଲା ବେଳେ, ସ୍ବୟଂସିତା ସାହୁ ସ୍ବର ପ୍ରଦାନ କରିଛନ୍ତି ।ବିଶେଷ କରି ବାଳକାଟୀର ଉଦୀୟମାନ ଯୁବକ ମାନଙ୍କ ଦ୍ବାରା ଗଠିତ ଭାର୍ଗବୀ ମହୋତ୍ସବ, ବାଳକାଟୀ କମିଟିର ସମସ୍ତ ସଭ୍ୟ ସଭ୍ଯା ମାନଙ୍କ ଉଦ୍ଯମରେ ଏହି ସୁନ୍ଦର ପ୍ରାମାଣିକ ଚଳଚିତ୍ରଟି ଆଜି ଲୋକଲୋଚନକୁ ଆସି ପାରିଛି।

ବାଳକାଟୀ ଅଞ୍ଚଳର ନାମକରଣର ଗୁରୁତ୍ୱ ଏହାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଓ ମହାନତା ସଂପର୍କରେ ଅନେକ ଗୁଡିଏ ଅନାଲୋଚିତ ତଥ୍ଯ ଏହି ଚଳଚ୍ଚିତ୍ର ମାଧ୍ୟମରେ ଲୋକ ଲୋଚନକୁ ଆଣି ବାଳକାଟୀ ପାଇଁ

ରାଜ୍ୟ ଏବଂ ରାଜ୍ୟ ବାହାରରେ ଏକ ଗୌରବମୟ ପରିଚିତି ସୃଷ୍ଟି କରିବା ପାଇଁ ଏଥିରେ ପ୍ରୟାସ କରା ଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More