Only for Entertainment

ଉର୍ବସୀଙ୍କ ଠାରୁ ଆରମ୍ଭ କରି ପିଏମ ମୋଦିଙ୍କ ପର୍ଯ୍ୟନ୍ତ ସବାନା ଆଜମୀଙ୍କ କାର ଦୁର୍ଘଟଣାରେ ଦୁଃଖ ଜତାଇଲେ

131

ବଲିଉଡ ଅଭିନେତ୍ରୀ ଉର୍ବସୀ ରୌତେଲା ସବୁବେଳେ ତାଙ୍କ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏହିଥର କିନ୍ତୁ ଲୁକକୁ ନେଇ ନୁହେଁ ବରଂ ଶବାନା ଆଜମୀଙ୍କ କାର ଦୁର୍ଘଟଣାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରିବା ପରେ ଟ୍ରୋଲ ହୋଇଛନ୍ତି ।

 

 

ବାସ୍ତବରେ ଉର୍ବସୀ ରୌତେଲା ଶବାନା ଆଜମୀଙ୍କ କାର ଦୁର୍ଘଟଣାକୁ ନେଇ ଦୁଃଖ ଜତାଇଛନ୍ତି । ଯେଉଁଥିରେ ସେ ତାଙ୍କର ଖୁବଶୀଘ୍ର ଠିକ ହେବାର ଶୁଭକାମନା କରିଛନ୍ତି । ସବୁଠାରୁ ଖାସ କଥା ହେଉଛି ଉର୍ବସୀଙ୍କ ଟ୍ୱିଟ ପିଏମ ମୋଦିଙ୍କ ଟ୍ୱିଟ ଭଳି ଥିଲା । ଏହାପରେ ୟୁଜର୍ସ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ସମସ୍ତେ ତାଙ୍କୁ କପି କରିଥିବା ଲେଖିଛନ୍ତି ।
କହିରଖୁଛୁ ଶବାନାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More