Only for Entertainment

ଫିଲ୍ମ ଅପେକ୍ଷା ବୋଲ୍ଡ ସିନକୁ ନେଇ ଚର୍ଚ୍ଚାରେ କାର୍ତ୍ତିକ-ସାରା !

latestly
339

ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ୟନଙ୍କ ଫିଲ୍ମ ‘ଲଭ ଆଜ କଲ’କୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିବା ବେଳେ ଫିଲ୍ମର ଟ୍ରେଲର ନିକଟରେ ରିଲିଜ ହୋଇଛି । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଲୋକେ ଫିଲ୍ମ ଠାରୁ ଅଧିକ କାର୍ତ୍ତିକ-ସାରାଙ୍କ କେମେଷ୍ଟ୍ରୀକୁ ନେଇ ଆଲୋଚନା କରୁଛନ୍ତି । କାରଣ ଫିଲ୍ମରେ କାର୍ତ୍ତିକ-ସାରାଙ୍କ ମଧ୍ୟରେ ବୋଲ୍ଡ ସିନ ବ୍ୟତିତ ଢେର କିସିଂ ସିନ ମଧ୍ୟ ରହିଛି ।

ଫିଲ୍ମର ଟ୍ରେଲରରେ ସାରା-କାର୍ତ୍ତିକଙ୍କ ମଧ୍ୟ ଜବରଦସ୍ତ ବଣ୍ଡିଂ ଦେଖିବାକୁ ମିଳିଛି । ଫିଲ୍ମକା କାର୍ତ୍ତିକ ଆର୍ୟନ, ସାରା ଅଲ୍ଲୀ ଖାନଙ୍କ ବ୍ୟତିତ ଅଭିନେତ୍ରୀ ଆଋଷି ଶର୍ମା ଏବଂ ରଣଦୀପ ହୁଡ୍ଡା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର କାହାଣୀକୁ ଦୁଇଟି ଦଶକରେ ସେଟ କରାଯାଇଛି । ଫିଲ୍ମର ଟ୍ରେଲରରେ ଦର୍ଶାଯାଇଛି ଯେ ୧୯୯୦ରେ ଲଭ ରିଲେସନ କିପରି ଥିଲା ଏବଂ ୨୦୨୦ ଏଥିରେ କେତେ ପରିବର୍ତ୍ତନ ହୋଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଇମ୍ପତିଆଜ ଅଲ୍ଲୀ ଦେଇଥିବା ବେଳେ ୧୪ ଫେବୃଆରୀ ଭାଲେଣ୍ଟାଇନ୍ସ ଡେ’ରେ ଫିଲ୍ମ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More