Only for Entertainment

ଜାତୀୟ ଗଣମାଧ୍ୟମରେ ଖୁବ୍‌ ଚର୍ଚ୍ଚାରେ ଓଡ଼ିଆ ହିରୋ ସବ୍ୟସାଚୀ

193

କରୋନା ମହାମାରୀ ସମୟରେ ବହୁ ଲୋକ ସାହାଯ୍ୟର ହାତ ବଢ଼ାଇଥିବା ବେଳେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଓ ଓଡ଼ିଆ ହିରୋ ସବ୍ୟସାଚୀ ଏବେ ସାମାଜିକ ଏବଂ ଜାତୀୟ ଗଣମାଧ୍ୟମରେ ଖୁବ୍‌ ଚର୍ଚ୍ଚାରେ। ଲଗାତାର ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଏ ଦୁଇ ଜଣ ଦେଶରେ ଏକ ବାସ୍ତବ ହିରୋର ଚରିତ୍ର ପ୍ରତିଫଳନ କରିଛନ୍ତି।

ଲକ୍‌ଡାଉନ୍‌ ଆରମ୍ଭରୁ ସବ୍ୟସାଚୀ ନିଜ କଣ୍ଟ୍ରୋଲ ରୁମ୍‌ ମାଧ୍ୟମରେ ଲୋକଙ୍କୁ କିଛି କିଛି ସାହାଯ୍ୟ କରିବେ ବୋଲି ଅଣ୍ଟା ଭିଡ଼ି ଥିବା ବେଳେ ଧୀରେଧୀରେ ସେ ଏହି ଦିଗରେ ଅଗ୍ରସର ହୋଇଥି‌ଲେ। କୌଣସି ଆତ୍ମପ୍ରଚାର ବିନା ସେ ଚୁପ୍‌ଚାପ୍‌ ବାହାରେ ଫସି ରହିଥିବା ଓଡ଼ିଆମାନଙ୍କୁ କେବେ ଆର୍ଥିକ ସହଯୋଗ ତ’ ଆଉ କେବେ ସେମାନଙ୍କ ମନୋବଳ ବଢ଼ାଇବାରେ ଲାଗିଥିଲେ। ପରେ ସେ ଶ୍ରମିକଙ୍କ ଦୁଃଖ ବୁଝି ସେମାନଙ୍କୁ କିଭଳି ଓଡ଼ିଶାକୁ ଫେରାଇ ଆଣି ହେବ ସେ ନେଇ ଚିନ୍ତା କରିଥିଲେ। ବସ୍‌ ଓ ଟ୍ରେନ୍‌ ଆଦି ମାଧ୍ୟମରେ ଏଯାଏ ସେ ଶହ ଶହ ଶ୍ରମିକଙ୍କୁ ଓଡ଼ିଶା ଆଣିସାରିଛନ୍ତି। କାମ ବଢ଼ିବା ସହ ଧୀରେଧୀରେ ସେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲେ। ଏବେ ଦେଶ ସାରା ତାଙ୍କର ହିଁ ଚର୍ଚ୍ଚା

ଏବେ ଜାତୀୟ ଗଣମାଧ୍ୟମରେ ସବ୍ୟସାଚୀ ‘ଓଡ଼ିଶାର ସୋନୁ ସୁଦ୍‌’ ନାମରେ ବେଶ୍‌ ପରିଚିତ। ପ୍ରାଥମିକ ସ୍ତରରେ ସେ ନିଜ ପକେଟରୁ ପଇସା ସାରି ଶ୍ରମିକଙ୍କୁ ଘରକୁ ଫେରାଉଥିବା ବେଳେ ଏବେ ଅନେକ ଆଡ଼ୁ ସହଯୋଗର ହାତ ବଢ଼ିଥିବା ସେ କହିଛନ୍ତି। ପ୍ରଥମେ ସେ ରାଜସ୍ଥାନରେ ଫସି ରହିଥିବା କିଛି ଛାତ୍ରଙ୍କୁ ଓଡ଼ିଶା ଫେରିବାରେ ସହଯୋଗ କରିଥିଲେ। ଏହାପରେ ସେ ଏକ ହେଲ୍‌ପଲାଇନ୍‌ ନମ୍ବର ଜାରି କରିଥିଲେ, ଯାହା ଦ୍ବାରା ଶ୍ରମିକମାନେ ତାଙ୍କୁ ଯୋଗାଯୋଗ କରିଥିଲେ ଓ ସବ୍ୟ ସେମାନଙ୍କୁ ଘରକୁ ଫେରାଇବାରେ ସହଯୋଗ କରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More