Only for Entertainment

ଆଜି ମୁକ୍ତିଲାଭ କରିବାକୁ ଯାଉଛି ସସ୍ପେନ୍ସ ଡ୍ରାମା ଫିଲ୍ମ ‘ଅଦୃଶ୍ୟମ’ ।

99

ନୂଆ ଓଡ଼ିଆ ଫିଲ୍ମ ‘ଅଦୃଶ୍ୟମ୍‌’ ଆଜି ରିଲିଜ ହେବାକୁ ଯାଉଛି । ସମରେଶ ରାଉତରାୟଙ୍କ ଉପସ୍ଥାପିତ ସସ୍‌ପେନ୍ସ ଡ୍ରାମା ‘ଅଦୃଶ୍ୟମ୍‌’ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମୁକ୍ତିଲାଭ କରୁଛି। ଫିଲ୍ମର ନାମକରଣ ହିଁ ଦର୍ଶକଙ୍କ ଭିତରେ ବିଷୟବସ୍ତକୁ ନେଇ ସ୍ୱତଃ ଆଗ୍ରହ ସୃଷ୍ଟି କରିଛି।

ଏସ୍‌-୩ ମୁଭିଜ, ଓଡ଼ିଆ ଓ୍ଵାନ୍, ମଞ୍ଜରୀ ଟିଭି, ଡିକେଏଫ୍‌, ଆରଏମ୍‌ଏଫ ଓ ଲାବଣ୍ୟ ପିକ୍‌ଚର୍ସ ବ୍ୟାନରରେ ନିର୍ମିତ ‘ଅଦୃଶ୍ୟମ୍‌’ରେ ମୁଖ୍ୟ ଭୂମିକାରେ ସାନୁ, ଅଙ୍କିତା, ସମରେଶ, ଚିତ୍ତ ତ୍ରିପାଠୀ ଓ ଲିପ୍‌ସା ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ରାଜେନ୍ଦ୍ର ମହନ୍ତ ଫିଲ୍ମର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନାରେ ଅଛନ୍ତି ବିଶ୍ୱରୂପ। ସମରେଶ ରାଉତରାୟ, ସମ୍ବିତ ଆଚାର୍ଯ୍ୟ ଏବଂ ଦୁର୍ଗା ଶଙ୍କର ଦାଶ ଫିଲ୍ମର ପ୍ରଯୋଜନା କରିଛନ୍ତି।

‘ଅଦୃଶ୍ୟମ୍‌’ର କାହାଣୀ ଏବଂ ନିର୍ମାଣ ଭିନ୍ନ ଧରଣର ହୋଇଥିବାରୁ ଏହା ଓଡ଼ିଆ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ବଳିଷ୍ଠ କାହାଣୀ ଓ ନବାଗତ-ନବାଗତାଙ୍କ ସହ ପରିଚିତ ତଥା ଅଭିଜ୍ଞ କଳାକାରଙ୍କ ଅଭିନୟ ‘ଅଦୃଶ୍ୟମ୍‌’କୁ ଲୋକପ୍ରିୟତା ଆଣିଦେବ ବୋଲି ଏଥିସହ ଜଡ଼ିତ ସମସ୍ତେ ମତ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ନିକଟରେ ଏକ ଭବ୍ୟ ସମାରୋହରେ ‘ଅଦୃଶ୍ୟମ୍‌’ର ଅଡିଓ ରିଲିଜ କରାଯାଇଥିଲା। ‘ସମ୍ବାଦ’ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତିରେ ପ୍ରଯୋଜକ ସମରେଶ ରାଉତରାୟ ଏବଂ ବହୁ ଓଲିଉଡ କଳାକାରଙ୍କ ଗହଣରେ ଏହି ଫିଲ୍ମର ଅଡିଓ ଏବଂ ଟିଜର ଲୋକାର୍ପିତ ହୋଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More