Only for Entertainment

ଟ୍ୱିଙ୍କଲ ଖନ୍ନାଙ୍କ ପୁସ୍ତକ ଜିତିଲା ‘କ୍ରସୱର୍ଡ଼’ ଆୱାର୍ଡ଼, ଶ୍ରେଷ୍ଠ ସ୍ଥାନ ପାଇଲା ଏ.ଆର.ରେହମନଙ୍କ ଜୀବନୀ

43

ଅଭିନେତ୍ରୀ ଏବଂ ରାଇଟର ଟ୍ୱିଙ୍କଲ ଖନ୍ନାଙ୍କ ବହି ‘ପାୟଜାମାଜ ଏବଂ ଫରଗିଭିଂ’ ୧୭ ତମ କ୍ରସୱର୍ଡ଼ ବୁକ ଆୱାର୍ଡ଼ସ ପପୁଲାର ଫିକ୍ସନ ବହି ଭାବରେ ପୁରସ୍କୃତ ହୋଇଛି । ବହିରେ ଜଣେ ଅର୍ଦ୍ଧ ବୟସ୍କାଙ୍କ ଜୀବନୀ ବିଷୟରେ ଲେଖା ହୋଇଛି, ଯିଏ ନିଦ ସମସ୍ୟାରେ ପୀଡ଼ିତ ।

ସେରମନୀରେ ପପୁଲାର ବାୟୋଗ୍ରାଫିର ଆୱାର୍ଡ଼ ଜିତିଲା କୃଷ୍ଣା ତ୍ରିଲୋକଙ୍କ ‘ନୋଟସ ଅଫ ଡ୍ରିମ’ । ଏହି ପୁସ୍ତକ ଅସ୍କାର ଆୱାର୍ଡ଼ ବିଜେତା ଏ.ଆର.ରେହମନଙ୍କ ଜୀବନୀ । ନନ ଫିକ୍ସନ କ୍ୟାଟେଗୋରୀରେ ଜ୍ୟୁରୀ ଆୱାର୍ଡ଼ ଜିତିଲା ଶାନ୍ତା ଗୋଖଲେଙ୍କ ବହି ‘ଏ ଲାଇଫ ଟୋଲ୍ଡ ଥ୍ରୁ ଦ ବଡି’ । ପପୁଲାର ନନ ଫିକ୍ସନ ଗୌର ଗୋପାଲ ଦାସଙ୍କ ‘ଲାଇଫ୍ସ ଅମେଜିଙ୍ଗ୍ ସିକ୍ରେଟ୍ସ: ହାଓ ଟୁ ଫାଇଣ୍ଡ ବାଲାନ୍ସ ଆଣ୍ଡ ପର୍ପସ’କୁ ଚୟନ କରାଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More