Only for Entertainment

ମାନସିକ ରୁପରେ ଚିନ୍ତିତ ଥିବା କ୍ୟାବ ଚାଳକଙ୍କ ଗାଡିରେ ବସିପଡିଲେ ଅଭିନେତ୍ରୀ ସୋନମ, ଏହାପରେ ଯାହା ହୋଇଥିଲା ଜାଣିଲେ ହୋଇଯିବେ ଭୟଭୀତ !

74

ବଲିଉଡ ଅଭିନେତ୍ରୀ ସୋନମ କପୂର ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । କିଛି ଦିନ ତଳେ ଅଭିନେତ୍ରୀ ବ୍ରିଟିଶ ଏୟାରବେଜକୁ ନେଇ ନିଜର ରାଗ ଦେଖାଇଛନ୍ତି ଏବଂ ଏବେ ସୋନମ ଆଉ ଏକ ଘଟଣା ବିଷୟରେ କହିଛନ୍ତି । ତାଙ୍କ ସହ ଲଣ୍ଡନରେ କିଛି ଏଭଳି ଘଟିଛି ଯାହା ତାଙ୍କୁ ବିଚଳିତ କରି ପକାଇଛି ।

ସେ ଲେଖିଛନ୍ତି ଯେ ଲଣ୍ଡନ ଉବରରେ ତାଙ୍କ ସହ ଘଟିଛି ଭୟାବହ ଘଟଣା । ଆପଣ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି । ଏହାସହ ଲେଖିଛନ୍ତି ଭଲ ହେବ ଲୋକାଲ କ୍ୟାବ ଏବଂ ପବ୍ଲିକ ପରିବହନ’ର ବ୍ୟବହାର କରିବା, ଏହାଦ୍ୱାରା ଆପଣ ସୁରକ୍ଷିତ ରହିବେ । ସେ ସମ୍ପୂର୍ଣ୍ଣ ଭାବେ ବିଚଳିତ ହୋଇଯାଇଥିବା ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ସୋନମଙ୍କ ଏହି ଟ୍ୱିଟରରେ ଫ୍ୟାନ୍ସ, ବନ୍ଧୁ ଏବଂ ପରିବାରବର୍ଗ ତାଙ୍କୁ କମେଂଟ କରି ପୂରା ଘଟଣା ଜାଣିବା ପାଇଁ ପଚାରିବା ପରେ ଏଭଳି ଉତ୍ତର ଶୁଣିବାକୁ ମିଳିଥିଲା ଯେ ତାଙ୍କ କ୍ୟାବ ଚାଳକ ମାନସିକ ରୂପେ ଚିନ୍ତିତ ଥିଲେ ଏବଂ ତାଙ୍କ ଉପରେ ଚିତ୍କାର କରିଥିଲା । ଏହାସହ ସେ ଏହା ମଧ୍ୟ ଲେଖିଛନ୍ତି ଯେ ତାଙ୍କ କ୍ୟାବ ଚାଳକର ମାନସିକ ଅସ୍ଥିର ଥିବା କାରଣରୁ ସେ ସୋନମଙ୍କ ଉପରେ ବଡ ପାଟିରେ କଥା ହେଉଥିଲେ । ଏହିକାରଣରୁ ସୋନମ ଶେଷ ପର୍ଯ୍ୟନ୍ତ ତାଙ୍କୁ ଦେଖି ଭୟଭୀତ ହୋଇଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More