Only for Entertainment

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ମ୍ୟାନ ଭର୍ସେସ ୱାଇଲ୍ଡ (Man vs Wild) ରେ ନଜର ଆସିବେ ଥଲାଇବା !

78

ଟେଲିଭିଜନରେ ବେୟର ଗ୍ରିଲ୍ସଙ୍କ ଶୋ’ Man vs Wild ଖୁବ ପ୍ରସିଦ୍ଧ ଅଟେ । ପୂର୍ବ ବର୍ଷ ଏହି ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଜର ଆସିଥିଲେ ଏବଂ ଏହି ଏପିସୋଡକୁ ଖୁବ ଭଲ ପାଇବା ମିଳିଥିଲା । ଏବେ ଇଣ୍ଡିଆନ ସିନେମା ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଏହି ଶୋ’ରେ ନଜର ଆସିବେ ।

ରିପୋର୍ଟ ମୁତାବକ, ରଜନୀକାନ୍ତ ଖୁବଶୀଘ୍ର ବେୟର ଗ୍ରିଲ୍ସଙ୍କ ସହ ଏକ ଏପିସୋଡରେ ନଜର ଆସିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହୋଇଥିବା ଏପିସୋଡରେ ସୁଟିଂ ଉତ୍ତରାଖଣ୍ଡର ଜିମ କର୍ବେଟ ପାର୍କରେ ହୋଇଥିଲା, ସେହିଭଳି ରଜନୀକାନ୍ତଙ୍କ ଏପିସୋଡର ସୁଟିଂ କର୍ଣ୍ଣାଟକ ବାନ୍ଦିପୁର ଟାଇଗର ରିଜର୍ଭ ରେ ଶୋ’ର ସୁଟିଂ କରିବେ । ଚେନ୍ନାଇର ସମ୍ବାଦିକ ଶବିର ଅହମଦ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ନିକଟରେ ତାଙ୍କର ଫିଲ୍ମ ‘ଦରବାର’ ରିଲିଜ ହୋଇଥିଲା ଯାହା ବକ୍ସଅଫିସରେ ଧମାଲ ମଚାଇଥିଲା । ଏବେ ରଜନୀକାନ୍ତ ନିଜ ଆଗାମୀ ଫିଲ୍ମ ‘ଥଲାଇବାର ୧୬୮’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More