Only for Entertainment

ଖୁବ ଶୀଘ୍ର ପରଦାରେ ଦେଖିବାକୁ ମିଳିବ ସାଉଥ ସୁପରଷ୍ଟାର ଧନୁଷ-ସାରାଙ୍କ କେମେଷ୍ଟ୍ରୀ

hungama
47

ସୈଫ୍‍ ଅଲ୍ଲୀ ଖାନ୍‍ଙ୍କ ଝିଅ ସାରା ଅଲ୍ଲୀ ଖାନ୍‍ ବଲିଉଡରେ ଏବେ ଖୁବ ଚର୍ଚ୍ଚାରେ । ସାରା ବର୍ତ୍ତମାନ ନିଜର ଅପ୍‍ କମିଂ ଫିଲ୍ମ ‘ଲଭ୍‍ ଆଜ୍‍ କଲ୍‍ ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଶୁଣିବାକୁ ମିଳିଛି ଯେ, ଇତି ମଧ୍ୟରେ ସାରା ବଲିଉଡର ବେଶ୍‍ ଜଣାଶୁଣା ନିର୍ଦ୍ଦେଶକ ଆନନ୍ଦ ଏଲ୍‍ ରୟଙ୍କ ଫିଲ୍ମ ମଧ୍ୟ ସାଇନ୍‍ କରିଛନ୍ତି ।

ଫିଲ୍ମରେ ସାରାଙ୍କ ଅପୋଜିଟରେ ସାଉଥ ସୁପରଷ୍ଟାର ଧନୁଷ ନଜର ଆସିବେ । ମାର୍ଚ୍ଚ ମାସରେ ଏହି ଫିଲ୍ମଟି ଫ୍ଲୋର୍‍କୁ ଆସିବ । ସୂଚନା ଥାଉ ଯେ, ଫିଲ୍ମ ‘ରାଞ୍ଝଣା’ ପରେ ରୟ ଏବଂ ଧନୁଷଙ୍କ ସୁପରହିଟ୍‍ ଯୋଡ଼ି ପୁଣି ଥରେ ଫେରୁଛି । ତେବେ ଫ୍ୟାନ୍‍ଙ୍କୁ ଧନୁଷ ଏବଂ ସାରାଙ୍କ କେମେଷ୍ଟ୍ରୀ କି କମାଲ ଦେଖାଇବ ତାହା ଦେଖିବାକୁ ବାକି ରହିଲା ।

ଆନନ୍ଦ ଏଲ୍‍ ରୟ ନିଜର ମୁକ୍ତିଲାଭ ଅପେକ୍ଷାରେ ଥିବା ଫିଲ୍‍ମ ‘ଶୁଭ୍‍ ମଙ୍ଗଲ୍‍ ଜ୍ୟାଦା ସାବଧାନ୍‍’ରେ ବ୍ୟସ୍ତ ଅଛନ୍ତି । ଏଥିରେ ଆୟୁଷ୍କାନ ଖୁରାନା ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମ ୨୧ ଫେବୃଆରୀରେ ରିଲିଜ ହେବ । ଅପରପକ୍ଷରେ ସାରା ମଧ୍ୟ ଫିଲ୍‍ମ ‘ଲଭ୍‍ ଆଜ୍‍ କଲ’କୁ ପ୍ରୋମେଟ୍‍ କରିବାରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମଟି ଫେବୃଆରୀ ୧୪ରେ ରିଲିଜ୍‍ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More