କିଛି ଦିନ ତଳେ ତରଙ୍ଗ ସିନେ ପ୍ରଡକ୍ସନ ଏବଂ ରତ୍ନା ବ୍ୟାନର ତରଫରୁ ପ୍ରସ୍ତୁତ ହେଉଥିଲା ରୋମାଂଟିକ ସିନେମା ଇସ୍କ ପୁଣି ଥରେ । ଯାହାର ଫାଷ୍ଟ ଲୁକ ରିଲିଜ ହୋଇଥିଲା । ଏବେ ଏହି ଫିଲ୍ମର ଏକ ଗୀତ ରିଲିଜ ହୋଇଛି । ଯେଉଁଥିରେ ନଜର ଆସିବେ ଅରିନ୍ଦମ ଏବଂ ତାଙ୍କ ବିପକ୍ଷରେ ନଜର ଆସିବେ ଚୁଲବୁଲି ନାୟିକା ଏଲିନାଙ୍କ ରୋମାଂଟିକ ଅନ୍ଦାଜ ।
ଗୀତର ବୋଲ ରହିଛି ‘ମୋର ହୋଶ ନାହିଁ’ । ଏହା ଏକ ରୋମାଂଟିକ ମେଲୋଡିଅସ ସଙ୍ଗ । ଯାହାକୁ ଗାଇଛନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଦିପ୍ତୀରେଖା । ଗୀତର ଲିରିକ୍ସ ଲେଖିଛନ୍ତି ବସନ୍ତ ରାଜ ସାମଲ ଏବଂ ଏହି ଗୀତରେ ମ୍ୟୁଜିକ ଡିରେକ୍ସନ ଦେଇଛନ୍ତି ମ୍ୟୁଜିକ ସାଇଂଟିଷ୍ଟ ପ୍ରେମାନନ୍ଦ ।
ଏହା ସହ ଆଉ ଏକ ଡ୍ୟାନ୍ସ ନମ୍ବର ମଧ୍ୟ ରିଲିଜ ହୋଇଛି । ଯାହାକୁ କଣ୍ଠଦାନ ଦେଇଛନ୍ତି ଆଶୁତୋଷ ମହାନ୍ତି । ଏହା ଏକ ପେପି ନମ୍ବର ସଙ୍ଗ । ଏହି ଗୀତର ବୋଲ ରହିଛି ‘ଏଥର ଗଣେଷ ପୂଜାରେ ଦଶହରାର ମଜା’ । ଫିଲ୍ମରେ ଗୀତ ଆଗାମୀ ପୂଜାକୁ ନେଇ ପ୍ରସ୍ତୁତ କରାଯାଇଛି । ଯାହା ଏଥର ପୂଜାରେ ନିଶ୍ଚୟ ମଜା ଦେବ ବୋଲି ଆଶା କରାଯାଉଛି ।
ଏଠାରେ ଆମେ କହି ରଖୁଛୁ ଯେ ଦୀର୍ଘ ୩ବର୍ଷ ପରେ ଏହି ଯୋଡିକୁ ପୁଣି ଥରେ ପରଦାରେ ଏକାଠି ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଜ୍ୟୋତି ଦାସ । ପୂର୍ବରୁ ସେ ‘ଶୁଭବିବାହ’, ‘ତୋ ବିନା ଭଲ ଲାଗେନା’ ଓ ‘ଅଶୋକ ସମ୍ରାଟ୍’ରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି। ଏହାର ମ୍ୟୁଜିକ୍ ଡାଇରେକ୍ଟର ଅଛନ୍ତି ପ୍ରେମ୍ ଆନନ୍ଦ।
ଫିଲ୍ମର ମହୁରତ ବେଳେ ଓଲିଉଡ଼ର କିଛି କଳାକାରଙ୍କୁ ଦେଖିବାକୁ ମିଳିଥିଲା। ବବି ମିଶ୍ର ମଧ୍ୟ ମହୁରତ୍ ବେଳେ ଉପସ୍ଥିତ ଥିଲେ।
ଏଠାରେ ଆମେ କହି ରଖୁଛୁ ଯେ ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ‘ଇସ୍କ ତୁ ହି ତୁ’ରେ ଅରିନ୍ଦମ୍ ଏବଂ ଏଲିନାଙ୍କୁ ଏକାଠି ଦେଖିବାକୁ ମିଳିଥିଲା।ଏହି ଫିଲ୍ମରେ ଏଲିନା ଓଲିଉଡ଼ରେ ଡେବ୍ୟୁ କରିଥିଲେ।