Only for Entertainment

ରିଲିଜ ହେଲା ଫିଲ୍ମ ‘ବାବୁ ଭାଇଜାନ’ ଟ୍ରେଲର, ଅନେକ ଦିନ ପରେ ପରଦାରେ ଧମାଲ ମଚାଇବା ପାଇଁ ଫେରୁଛନ୍ତି ଅରିନ୍ଦମ !

42

ଅନେକ ଦିନର ବ୍ୟବଧାନ ପରେ ବଡ ପରଦାକୁ ଫେରୁଛନ୍ତି ଓଲିଉଡର ହ୍ୟାଣ୍ଡସମ୍ ହଙ୍କ ଅରିନ୍ଦମ ରୟ । ଏକ ସତ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ବାବୁ ଭାଇଜାନ୍’ରେ ଅରିନ୍ଦମଙ୍କୁ ନାୟକ ଭାବେ ଦେଖିବାକୁ ମିଳିବ । ପୁଣିଥରେ ପରଦାରେ ନିଜ ଆକ୍ସନ୍ ରୋମାନ୍ସର କମାଲ୍ ଦେଖାଇବେ ଏହି ଷ୍ଟାର୍ । ଆଉ ଏଥର ଅଭିନେତ୍ରୀ ଶୀବାନିଙ୍କ ସହ କରିବେ ରୋମାନ୍ସ ।

ଆଗାମୀ ଆକ୍ସନ୍ – ରୋମାଂଟିକ ଚଳଚ୍ଚିତ୍ର ‘ବାବୁ ଭାଇଜାନ୍’ର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ସିନେମାରେ ମୁଖ୍ୟ ଭୂମିକାରେ ଅରିନ୍ଦର ରୟ ଓ ଶୀବାନି । ଏକ ସତ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ସିନେମାଟି । ଏକ ସାଧାରଣ ଲୋକ ଅବଦୁଲ୍ ଅମିନ୍ ଖାନଙ୍କ ସଂଘର୍ଷ ଭରା ଜୀବନକୁ ନେଇ ସିନେମାର କାହାଣୀ ଗତିଶୀଳ ହେବ । ବାଲେଶ୍ୱରର ଜିଲ୍ଲାର ଏକ ଛୋଟିଆ ଗାଁରୁ ବାହାରି କିଭଳି ଅବଦୁଲ୍ ଅମିନ୍ ଖାନ୍ ଜଣେ ବଡ ବ୍ୟବସାୟୀ ହୁଏ ଆଉ ବାବୁ ଭାଇଜାନ୍ ଭାବେ ନିଜର ପରିଚୟ ବନାଏ ତାହାକୁ ନେଇ କାହାଣୀଟି ଗତିଶୀଳ ହେବ । ଖ୍ୱାଜା ଗରିବ ନୱାଜ୍ ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ । ସିନେମାର କାହାଣୀ, ସ୍କ୍ରିନପ୍ଲେ ସହ ପ୍ରଯୋଜନା କରିଛନ୍ତି ସନ୍ତୋଷ ନାରାୟଣ ଦାସ୍ ।


ଫିଲ୍ମରେ ଅନ୍ୟାନ୍ନ ପ୍ରମୁଖ ଭୂମିକାରେ ଶ୍ରୀତମ ଦାସ, ବବି ମିଶ୍ର, ମିହିର୍ ଦାସ, ଚୌଧୁରୀ ବିକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଦୀପକ ମିଶ୍ର, ରବି ମିଶ୍ର, ପୁଷ୍ପା ପଣ୍ଡା, ସୋମା ହୋତା, ବିଦୁଷ୍ମିତା ଆଦି କଳାକାରଙ୍କୁ ଦେଖିବାକୁ ମିଳିବ । ସିନେମାର ସଙ୍ଗୀତର ଭାର ତୁଲାଇଛନ୍ତି ମଳୟ ମିଶ୍ର । ଫିଲ୍ମଟିର ସୁଟିଂ, ଏଡିଟିଂ ଶେଷ ହୋଇଥିବାବେଳେ, ଖୁବଶୀଘ୍ର ପରଦାକୁ ଆଶିବ ଚଳଚ୍ଚିତ୍ର ବାବୁ ଭାଇଜାନ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More