ଗଣେଶ ପୂଜାରେ ଆସିଲା ରେଡିଓ ଚକଲେଟର ‘ଆପ୍’
୨୦୦୭ରୁ ରେଡିଓ ଚକଲେଟ ଭୁବନେଶ୍ୱର ଓ ରାଉରକେଲାରୁ ପ୍ରସାରଣ ଆରମ୍ଭ କରି ଅଳ୍ପ ଦିନ ମଧ୍ୟରେ ଶ୍ରୋତାମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ହୋଇ ପାରିଥିଲା । କେବଳ ଗୀତ ନୁହେଁ, ରେଡିଓ ଚକଲେଟ କାହାଣୀ, ନାଟକ, ପାଲା, ଗୀତିନାଟ୍ୟ ସବୁ କ୍ଷେତ୍ରରେ ମନୋରଂଜନର ମାଧ୍ୟମ ହେଲା । ବର୍ଷ ପରେ ବର୍ଷ ଲୋକପ୍ରିୟତାର ଶୀର୍ଷରେ ରହି ୧୨ବର୍ଷ ଅତିକ୍ରମ କରିସାରିଲାଣି ରେଡିଓ ଚକଲେଟ ।
ବର୍ତମାନ ସମୟରେ ଇଣ୍ଟରନେଟର ଚାହିଦା ଖୁବ ବଢି ଯାଇଥିବା ବେଳେ, କେବଳ ଓଡ଼ିଶାର ସୀମିତ ନେଟୱର୍କ ମଧ୍ୟରେ ନୁହେଁ ଓଡ଼ିଶା ବାହାରେ ଓ ଦେଶବିଦେଶରେ ଶ୍ରୋତାମାନେ ରେଡିଓ ଚକଲେଟକୁ ଇଣ୍ଟରନେଟରେ ଆପ୍ ମାଧ୍ୟମରେ ଶୁଣିବାକୁ ଦାବି ଓ ଅନୁରୋଧ କରିଆସୁଥିଲେ । ଶ୍ରୋତାମାନଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ଯାଇ ରେଡିଓ ଚକଲେଟର ନିର୍ଦେଶିକା ତନୟା ପଟ୍ଟନାୟକ ଆପ୍ କରିବା ପାଇଁ ପ୍ରୟାସ ଆରମ୍ଭ କଲେ, ଯାହା ଆଜି ଗଣେଶପୂଜାରେ ଇଣ୍ଟରନେଟରେ ଶ୍ରୋତାମାନଙ୍କ ପାଇଁ ଉପଲବ୍ଧ ହୋଇସାରିଛି । ଏବେ ରେଡିଓ ଚକଲେଟ ଶୁଣିବାକୁ ଓଡ଼ିଶାରେ ରହିବାକୁ ପଡ଼ିବନି । ବିଶ୍ୱର ଯେଉଁଠି ବି ରହିଲେ ବି ରେଡିଓ ଚକଲେଟକୁ ଶୁଣି ହେବ ମୋବାଇଲର ଗୋଟେ କ୍ଲିକରେ ।