Only for Entertainment

ସ୍ୱଗର୍ତ ନିର୍ମଳା ଦେବୀଙ୍କ କବିତା ନେଇ ସଙ୍ଗୀତର ରୂପାୟନ ମନଛୁଆଁ ଗୀତ ‘ତୁମେ ବର୍ଣ୍ଣବିହୀନ ପରା’, ରତିକାନ୍ତ ଶତପଥୀଙ୍କ କଣ୍ଠରୁ ଶୁଣନ୍ତୁ !

youtube
0 170

ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ । ନିଜ ଭିନ୍ନ ଗାୟିକି ପାଇଁ ସବୁବେଳେ ପରିଚିତ। ଆଉ ତାଙ୍କର ଏହି ନିଆରା ଗାୟିକି ପୁଣିଥରେ ଶୁଣିବାକୁ ମିଳିଛି ମ୍ୟୁଜିକ୍ ଭିଡିଓ ଆଲବମ୍ ‘ବର୍ଣ୍ଣରାଗ’ରେ । ଏଥିରେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ସ୍ୱଗର୍ତ ନିର୍ମଳା ଦେବୀଙ୍କ କିଛି ବଛା ବଛା କବିତା ନେଇ ସଙ୍ଗୀତର ରୂପାୟନ କରାଯାଇଛି । ଏହି ଆଲବମର ମନଛୁଆଁ ଗୀତ ‘ତୁମେ ବର୍ଣ୍ଣବିହୀନ ପରା, ଏତେ ବର୍ଣ୍ଣ ଯେ, କାହୁଁ ଧର’ ୟୁଟୁବରେ ରିଲିଜ୍ ହୋଇଛି । କିପରି ରହିଛି ଏହି ଗୀତଟି ଚାଲନ୍ତୁ ଦେଖିବା ।

ନିର୍ମଳା ଦେବୀଙ୍କ ଦ୍ୱାର ଲିଖିତ କବିତା ମଧ୍ୟରୁ ୬ଟି ବଛା ବଛା କବିତାକୁ ନେଇ ମ୍ୟୁଜିକ୍ ଆଲବମ୍ ପ୍ରସ୍ତୁତ କରାଯାଇଛି । ଏହି କବିତାଗୁଡିକୁ ସ୍ୱର ସଂଯୋଜନା କରିବା ସହିତ ଏହାକୁ ଗାଇଛନ୍ତି ନିଜେ ରତିକାନ୍ତ ଶତପଥୀ ।

ନିର୍ମଳା ଦେବୀଙ୍କ କବିତାରେ ସ୍ପଷ୍ଟ ବାରିହୋଇପଡେ ‘ପ୍ରେମ ଓ ପ୍ରାର୍ଥନା’ର ଭାବ । ସେ ଲେଖି ଯାଇଛନ୍ତି ହଜାର ହଜାର କବିତା । ଯାହା ଭିତରୁ ଅନେକ ହଜିଯାଇଛି । ସ୍ୱର୍ଗତ ନିର୍ମଳା ଦେବୀଙ୍କ ଏହି କବିତାକୁ ସଙ୍ଗୀତ ରୂପାୟନ ପାଇଁ ପ୍ରୟାସ କରିଛନ୍ତି ତାଙ୍କ ନାତୁଣୀ ପଂଚମୀ ମାନୁ ଉକିଲ୍ । ଏହି ମ୍ୟୁଜିକ୍ ଭିଡିଓରେ ନଜର ଆସିଛନ୍ତି ନବଗତା ସୁନ୍ଦରୀ ସୁଧାଶ୍ରୀ । ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଜ୍ୟୋତି ଶଙ୍କର ସିଂ ।

RND Family Benefit Trust & Tune Odishaର ମିଳିତ ଅବଦାନରେ ନିର୍ମଳା ଦେବୀଙ୍କ କିଛି ମନଛୁଆଁ କବିତାକୁ ନେଇ ଏକ ମ୍ୟୁଜିକ୍ ଆଲବମ୍ ପ୍ରସ୍ତୁତ କରିଛନ୍ତି କମ୍ପୋଜର୍ ତଥା କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ରତିକାନ୍ତ ଶତପଥୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More