Only for Entertainment

ସିଦ୍ଧାନ୍ତଙ୍କ ସହ ପ୍ରଥମଥର ନଜର ଆସିବେ ଏହି ଅଭିନେତା

Wikipedia
0 51

ଓଲିଉଡର ମେଗାଷ୍ଟାର ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର । ପ୍ରାୟ ୨୭ ବର୍ଷ ଧରି ସେ ଓଲିଉଡରେ ସକ୍ରିୟ ରହିଛନ୍ତି । ଏବେ ବି ମଧ୍ୟ ସେ ନାୟକ ଭୂମିକାରେ ନଜର ଆସୁଛନ୍ତି । ଏହାସହିତ ଖଳନାୟକ ଓ ଚରିତ୍ର ଅଭିନେତା ଭାବେ ମଧ୍ୟ ପରଦା ଉପରେ ତାଙ୍କୁ ଦେଖିବାକୁ ମିଳିଛି । ସିଦ୍ଧାନ୍ତଙ୍କ ସହିତ କାମ କରିବା ପାଇଁ ନିର୍ଦ୍ଦେଶକମାନେ ଯେପରି ଆଗ୍ରହୀ ଠିକ ସେହିପରି ଏବେକାର ନାୟକମାନେ ମଧ୍ୟ ଆଗ୍ରହୀ ହେଉଛନ୍ତି ତାଙ୍କ ସହିତ ସ୍କ୍ରିନ ଶେୟାର କରିବା ପାଇଁ ।

ନିକଟ ଅତୀତରରେ ଅନୁଭବ, ଅରିନ୍ଦମ, ସବ୍ୟସାଚୀ, ବାବୁସାନ , ଆକାଶଙ୍କ ପରି ଜଣାଶୁଣା ନାୟକମାନେ ସିଦ୍ଧାନ୍ତଙ୍କ ସହିତ କାମ କରିବାର ସୁଯୋଗ ପାଇଥିଲେ । ଏବେ ଆଉ ଜଣେ ନାୟକଙ୍କୁ ସୁଯୋଗ ମିଳିଛି ସିଦ୍ଧାନ୍ତଙ୍କ ସହିତ କାମ କରିବାକୁ । ସେ ହେଉଛନ୍ତି ଖୁବ କମ ଦିନ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିବା ନାୟକ ଜ୍ୟୋତି । ଉଭୟ ସିଦ୍ଧାନ୍ତ ଓ ଜ୍ୟୋତିଙ୍କୁ ଏକାଠି ଯେଉଁ ଫିଲ୍ମରେ ଦେଖିବାକୁ ମିଳିବ, ସେହି ଫିଲ୍ମଟି ହେଉଛି ‘ଓଲେ ଓଲେ ଦିଲ ବୋଲେ’ ।

Jyoti-Ranjan

ସୂଚନା ଅନୁସାରେ ‘ଓଲେ ଓଲେ ଦିଲ ବୋଲେ’ରେ ସିଦ୍ଧାନ୍ତଙ୍କ ସହିତ ଜ୍ୟୋତିଙ୍କର ଅନେକ କମେଡି ସିନ ରହିଛି । ସିଦ୍ଧାନ୍ତଙ୍କ ସହିତ କାମ କରିବା ତାଙ୍କ ପାଇଁ ସୌଭାଗ୍ୟର କଥା ବେଲି ଜ୍ୟୋତି କହିଛନ୍ତି । ଏହି ଫିଲ୍ମ ମାଧ୍ୟମରେ ତାଙ୍କର ଏକ ସ୍ୱପ୍ନ ପୂରଣ ହେଲା ବୋଲି ସେ ମଧ୍ୟ କହିଛନ୍ତି । ଏହି ଫିଲ୍ମରେ ଦ୍ୱିତୀୟଥର ପାଇଁ ଜ୍ୟୋତି ଓ ଝିଲିକଙ୍କର ମଧ୍ୟ ଯୋଡି ହୋଇଛି । ଦେଖାଯାଉ କେତେଦୂର ଏହି ଫିଲ୍ମଟି ଦର୍ଶକଙ୍କ ଦ୍ୱାରା ଗ୍ରହଣୀୟ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More