Only for Entertainment

ଏଥର ପୂଜାରେ କମାଲ ଦେଖାଇବେ ଅନ୍ତରା ଚକ୍ରବର୍ତ୍ତୀ ।

facebook
55

ଏଥର ପୂଜାରେ ଓଡ଼ିଶାର ଆଗଧାଡିର ଗାୟିକା ଅନ୍ତରା ଚତ୍ରବର୍ତ୍ତୀ ଏକ ରେକର୍ଡ କରିବାକୁ ଯାଉଛନ୍ତି । ଯାହା ଓଡ଼ିଶା ପାଇଁ ନିଶ୍ଚିତ ଭାବରେ ଗୌରବର ବିଷୟ । ଓଡ଼ିଆ ଛଡ଼ା ଏଥର ପୂଜାରେ ଅନ୍ତରାଙ୍କ ଗୀତ ମୁକ୍ତିଲାଭ କରିବ ହିନ୍ଦୀ, ବଙ୍ଗଳା ଓ ଛତିଶଗଡି ସିନେମାରେ ।

ଅକ୍ଟୋବର ୧୪ରେ ରିଲିଜ ହୋଇଛି ଫିଲ୍ମ ‘ପୁଷ୍କର ଲଜ’ । ଏହି ଫିଲ୍ମ ଜରିଆରେ ଅନ୍ତରା ପ୍ରଥମ ଥର ପାଇଁ ବଲିଉଡ଼ରେ ପାଦ ଦେଇଛନ୍ତି । ସୁପର ସୁଥାର ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ଓ ସଙ୍ଗୀତ ନିର୍ଦ୍ଦେଶନା ଡି.ଜେ ଭରାଲୀ । ସେହିପରି ପୂଜାରେ ମୁକ୍ତିଲାଭ କରୁଛି ଅନ୍ତରାଙ୍କ ବିଗ ବଜେଟର ବଙ୍ଗଳା ସିନେମା ‘ଏକ ମୁଠୋ ରୋଦ୍ଦୁର’ । ଏରୋଜର ଏହି ସିନେମାରେ ଅନ୍ତରାଙ୍କ ସହିତ କଣ୍ଠଶିଳ୍ପୀ ଅଛନ୍ତି ଆଶା ଭୋସଲେ ଓ ଶାନଙ୍କ ପରି କିମ୍ବଦନ୍ତୀ କଣ୍ଠଶିଳ୍ପୀମାନେ । ଏଥିରେ ଉଜ୍ଜ୍ୱଳ ଦାସଗୁପ୍ତା । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହା ବ୍ୟତୀତ ଅନ୍ତରାଙ୍କ ପ୍ରଥମ ଛତିଶଗଡି ସିନେମା ‘ଦହିୟାନ’ ରିଲିଜ ହେଉଛି ପୂଜାରେ । ଯାହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ନିର୍ଦ୍ଦେଶକ ଭୂପିନ୍ଦର ।

antara

ଏହା ବ୍ୟତୀତ ଓଡ଼ିଶାରେ ଅନ୍ତରାଙ୍କ ରିଲିଜ ହେଉଛି ତରଙ୍ଗ ସିନେ ପ୍ରଡକ୍ସନର ଫିଲ୍ମ ‘ଶ୍ରୀମାନ ସୁରଦାସ’ । ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନାରେ ଅନ୍ତରା ଓ ସ୍ୱୟମ ଗାଇଥିବା ‘ଖୁଦାଜାନେ’ ଗୀତ ଓଡ଼ିଶାରେ ଚହଳ ପକାଇ ସାରିଛି । ଏହା ବ୍ୟତୀତ ଅନ୍ତରା ପ୍ରେମାନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ‘ପ୍ରେମକୁମାର’ରେ ମଧ୍ୟ କଣ୍ଠଦାନ କରିଛନ୍ତି । ବମ୍ବେର ଟି. ସିରିଜ ଅନ୍ତରାଙ୍କ ଦୁର୍ଗାପୂଜା ଗୀତ ରିଲିଜ କରୁଛି । ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ଫଳରେ ଅନ୍ତରା ଧୀରେ ଧୀରେ ଆଗେଇ ଚାଲିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More