Only for Entertainment

ସାମ୍ନାକୁ ଆସିଲା ଚଳଚ୍ଚିତ୍ର ‘ଦେଖା ହେଲା ପ୍ରେମ ହେଲା’ର ରୋମାଟିଂକ ଗୀତ ‘ଭିଜା ଭିଜା ଛିଟା’ର ଷ୍ଟୁଡିଓ ଭର୍ସନ !

75

ନୂଆ ଚରିତ୍ର ଆଉ କାହାଣୀ ସହ ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର ‘ଦେଖା ହେଲା ପ୍ରେମ ହେଲା’ । ଫିଲ୍ମର ରୋମାଟିଂକ ଗୀତ ‘ଭିଜା ଭିଜା ଛିଟା’ର ଶେଷ ହୋଇଛି ଷ୍ଟୁଡିଓ ଭର୍ସନ ରେକର୍ଡିଂ । ପ୍ରଡକ୍ସନ ହାଉସ ଏବେ ଏହାର ଭିଡିଓକୁ ୟୁଟ୍ୟବରେ ଜାରି କରିଛନ୍ତି । ଗୀତରେ ରହିଛି ୟଙ୍ଗ ସେନସେସନ ସ୍ୱୟଂ ପାଢୀ ଓ ଜ୍ୟୋର୍ତିମୟୀ ନାୟକଙ୍କ ଯାଦୁଗରୀ ଆୱାଜ । କ୍ରମଶଃ ଶ୍ରୋତାଙ୍କ ମନଛୁଉଁଛି ଏହି ରୋମାଟିକ ଗୀତ ।

ନିର୍ମଳ ପଣ୍ଡାଙ୍କ ଗୀତକୁ ସଂଗୀତର ସଜାଇଛନ୍ତି ଏସ. ଚନ୍ଦ୍ରକାନ୍ତ ।ଏହି ଅପ କମିଂ ନେମାରେ ନାୟକ ଭାବେ ନଜର ଆସିବେ ଅଭିନେତା ଅଭିଷେକ ରଥ ଓ ଶୁଭାଶିଷ ଶର୍ମା ଓରଫ୍ ମଂଟୁ । ଟ୍ରାଙ୍ଗୁଲାର୍ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହେଉଥିବା ଏହି ସିନେମାରେ ନାୟିକା ସାଜିବେ ଅଭିନେତ୍ରୀ ରାଗିନୀ ।


ଆର୍ ଏଂଟରଟେନମେଂଟ୍ ଦ୍ୱାରା ପ୍ରସ୍ତୁତ ହେବାକୁଥିବା ଏହି ସିନେମାର ପ୍ରଯୋଜନା ଦାୟିତ୍ୱ ତୁଲାଇବେ ରମେଶ ବାରିକ୍ । ସିନେମାର କାହାଣୀ ମଧ୍ୟ ଲେଖିଛନ୍ତି ରମେଶ ବାରିକ୍ । ଏହି ଅପକମିଂ ସିନେମାର ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେବେ ଟି. ଗଣେଷ । ଫିଲ୍ମରେ ସଙ୍ଗୀତ ଭାର ତୁଲାଇବେ ଏସ୍. ଚନ୍ଦ୍ରକାନ୍ତ । ସିନେମାର ଘୋଷଣା ହୋଇଥିବାବେଳେ ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ । ଆଉ ଚଳିତ ବର୍ଷ ଶେଷ ସୁଦ୍ଧା ମୁକ୍ତିଲାଭ କରିବ ଏହି ଫିଲ୍ମ ‘ଦେଖା ହେଲା ପ୍ରେମ ହେଲା’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More