Only for Entertainment

‘ଦିଲ ମୋର ମାନେନା’ରେ ନଜର ଆସିବ ସ୍ୱରାଜ-ଶିବାନୀଙ୍କ ଯୋଡି, ଜାନୁଆରୀରେ ପରଦାକୁ ଆସିବ ଫିଲ୍ମ

Odisha News Times
47

ଖୁବ୍ ଶୀଘ୍ର ଓଲିଉଡ଼ ନାୟକ ସ୍ୱରାଜଙ୍କ ଏକ ଓଡ଼ିଆ ସିନେମା ପରଦାକୁ ଆସିବାକୁ ଯାଉଛି। ହଁ, ସ୍ୱରାଜଙ୍କର ନୂଆ ଓଡ଼ିଆ ସିନେମାର ଟାଇଟଲ ରହିଛି ‘ଦିଲ୍ ମୋର ମାନେନା’ । ଏହା ଏକ ଟିନ୍ ଏଜ୍ ଲଭ୍ ଷ୍ଟୋରି ବୋଲି କୁହାଯାଉଛି । ଫିଲ୍ମରେ ସ୍ୱରାଜଙ୍କ ଅପୋଜିଟରେ ନାୟିକା ଭାବେ ଶିବାନୀଙ୍କୁ ଦେଖିବାକୁ ମିଳିବ । ଏହି ସିନେମାର ନିର୍ଦ୍ଦେଶକ ହେଲେ ବରିଷ୍ଠ ନିର୍ଦ୍ଦେଶକ ହିମାଂଶୁ ପରିଜା(ଚଣ୍ଡୀ) । ରାଜେଶ ବପଲିନ୍ ଏହି ସିନେମାର ପ୍ରୟୋଜନା କରୁଛନ୍ତି ।

ସ୍ୱରାଜ ଶିଶୁ କଳାକାର ଭାବେ ଓଲିଉଡରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ତାଙ୍କୁ ତରଙ୍ଗ ସିନେ ପ୍ରଡକସନସ୍‍ ୨୦୧୭ରେ ‘ତୁ ମୋ ଲଭ୍ ଷ୍ଟୋରୀ’ରେ ହିରୋ ଭାବେ ବ୍ରେକ୍ ଦେଇଥିଲେ । ଏହି ଫିଲ୍ମରେ ନାୟିକା ଭୂମିକା ନିଭାଇଥିଲେ ନବାଗତ ଭୂମିକା, ଯିଏ ବି ଶିଶୁ କଳାକାରରୁ ହିରୋଇନ୍ ବନିଥିଲେ । ଏହା ପରେ ସ୍ୱରାଜ ‘ଲୈଲା ଓ ଲୈଲା’ ଏବଂ ‘ଲଭ୍ ଏକ୍ସପ୍ରେସ୍’, ‘ତୁ ମୋ ଲଭ୍ ଷ୍ଟୋରୀ-୨’ ଏବଂ ‘ଦିସ ଇଜ୍ ମାୟାରେ ବାୟା’ ଆଦି ସିନେମାରେ ଅଭିନୟ କରିଛନ୍ତି ।

ଠିକ୍ ସେହିପରି ଶିଶୁ କଳାକାରରୁ ନାୟିକା ବନି ବେଶ୍ ଚର୍ଚ୍ଚାରେ ଅଛନ୍ତି ଶିବାନୀ । ତାଙ୍କୁ ତରଙ୍ଗ ସିନେ ପ୍ରଡକସନ୍ସ ୨୦୧୭ରେ ‘ସିଷ୍ଟର ଶ୍ରୀଦେବୀ’ ସିନେମାରେ ବାବୁସାନଙ୍କ ବିପକ୍ଷରେ ନାୟିକା ଭାବେ ବ୍ରେକ୍ ଦେଇଥିଲେ । ୨୦୧୮ରେ ଦର୍ଶକ ଅନୁଭବଙ୍କ ବିପକ୍ଷରେ ‘ପ୍ରେମକୁମାର’ ଦେଖିବାକୁ ପାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More