Only for Entertainment

ପୁଣିଥରେ ସବ୍ୟସାଚୀଙ୍କ ନାୟିକା ଭାବେ ଏହି ଫିଲ୍ମରେ ନଜର ଆସିବେ ଏଲିନା ।

you tube
48

ଜାତୀୟସ୍ତରର ମ୍ୟୁଜିକ କମ୍ପାନୀ ଆମର ମ୍ୟୁଜିକ ପ୍ରାଇଭେଟ ଲିମିଟେଡ ଏବେ ଓଡ଼ିଆ ସିନେମା ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଛି । ଏହି ବ୍ୟାନରର ପ୍ରଥମ ସିନେମା ହେଲା ‘ମାଲ ମହୁ ଜୀବନ ମାଟି : ଭାଗ୍ୟର ନୋ ଗ୍ୟାରେଣ୍ଟି’ । ଲେଡିବାର୍ଡ ଏଣ୍ଟରଟେନମେଣ୍ଟ ସହର ଆମର ମ୍ୟୁଜିକ ଏହି ସିନେମା ପ୍ରଯୋଜନା କରୁଛନ୍ତି । ‘ମାଲ ମହୁ ଜୀବନ ମାଟି: ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ସବ୍ୟସାଚୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ ସବ୍ୟଙ୍କ ବିପକ୍ଷରେ ପୁଣି ଥରେ ନଜର ଆସିବେ ଏଲିନା ।

Sabyasachi-Elina

ଏହାଛଡ଼ା ଏହି ସିନେମାରେ ୨୦ ଜଣ ପ୍ରତିଭାବାନ ଭିନ୍ନକ୍ଷମ କଳାକାରଙ୍କୁ ନିଆଯାଉଥିବା ଜଣାଯାଇଛି । ଏହାର କାରଣ ହେଲା ଫିଲ୍ମର କାହାଣୀରେ ସେଭଳି ଆବଶ୍ୟକତା ରହିଛି । ଏହି ସିନେମାରେ ନିଜେ ସବ୍ୟସାଚୀ ବି ଜଣେ ଭିନ୍ନକ୍ଷମ ଯୁବକ ଭୂମିକାରେ ଅଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ । ଏହା ପୂର୍ବରୁ ନିର୍ଦ୍ଦେଶକ ରମେଶ ରାଉତ ଚାନ୍ଦ ନା ତୁମେ ତାରା, ଗଡଫାଦର, ଟୋକାଟା ଫସିଗଲା ଓ କାବୁଲା ବାରବୁଲା ଆଦି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ।

sabya ans elina

ରମେଶ ରାଉତଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ତାଙ୍କର ନିର୍ଦ୍ଦେଶିତ ଅନ୍ୟ ଏକ ସିନେମା ‘ଲଭ ଏକ୍ସପ୍ରେସ’ ଏବେ ରିଲିଜ ଅପେକ୍ଷାରେ ରହିଛି । ଏ ଦୃଷ୍ଟିରୁ ‘ମାଲ ମହୁ ଜୀବନ ମାଟି : ଭାଗ୍ୟର ନୋ ଗ୍ୟାରେଣ୍ଟି’ ହେବ ରମେଶ ରାଉତଙ୍କ ନିର୍ଦ୍ଦେଶିତ ଷଷ୍ଠ ସିନେମା । ଏହି ସିନେମାର ସଂଳାପ ଲେଖିଛନ୍ତି ଡ ନିର୍ମଳ ନାୟକ ଓ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ସିନେମାର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More