Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

38

ମେଷ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। କୌଣସି କାନୁନ ମାମଲାରେ ଖାସ୍‌ ଲୋକଙ୍କ ସାହାଯ୍ୟ ମିଳିବ। ଅଫିସର କୌଣସି କାମରେ ସହର ବାହାରକୁ ଯିବେ। ବନ୍ଧୁ ମାନଙ୍କ ସହିତ ଆପଣଙ୍କର ଭଲ ସମୟ ଅତିବାହିତ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

ବୃଷ: ଖୋଦ୍‌କୁ ଊର୍ଜାବାନ ଅନୁଭବ କରିବେ। ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ପରିଣାମ ମିଳିବ। ଇ˚ଜିନିଅରଙ୍କୁ କୌଣସି କାମରେ ବଡ଼ ଧନଲାଭ ହେବ। ଛାତ୍ରମାନେ କୌଣସି ନୂଆ କୋର୍ସରେ ଯୋଗ ଦେଇପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀଗଣେଶ।

ମିଥୁନ: ଆପଣଙ୍କ ଭିତରେ ଉଠୁଥିବା କ୍ରୋଧକୁ ଠିକ୍‌ ଦିଶା ଦିଅନ୍ତୁ। କୌଣସି ବିଶେଷ କାର୍ଯ୍ୟରେ କରିଥିବା ପରିଶ୍ରମ ଫଳ ଆପଣଙ୍କୁ ନିଶ୍ଚୟ ମିଳିବ। ଜୀବନସାଥୀଙ୍କ ଠାରୁ ସକାରାତ୍ମକ ସ˚କେତ ମିଳିବ। ପ୍ରତିଯୋଗୀ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଦୁର୍ଗା।

କର୍କଟ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଅନ୍ୟମାନଙ୍କ ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିିମାନେ ସମ୍ମାନିତ ହୋଇପାରନ୍ତି। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ହେବ। ମହିଳାଙ୍କୁ ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: କୌଣସି ନିଜର ଲୋକଙ୍କ ଠାରୁ ପଇସା ସମ୍ବନ୍ଧୀୟ ପରାମର୍ଶ ମିଳିପାରେ। ବ୍ୟାବସାୟିକ ଯାତ୍ରାରେ ବାହାରକୁ ଯାଇପାରନ୍ତି। ମହତ୍ତ୍ବପୂର୍ଣ୍ଣ ଜିନିଷକୁ ଆୟତ୍ତ କରି ରଖନ୍ତୁ, ଫାଇଦା ହେବ। ଆପଣଙ୍କ ପୀଡ଼ା ଜୀବନସାଥୀଙ୍କ ସହିତ ବାଣ୍ଟନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବିରଜା।

କନ୍ୟା: ପରିବାର ସହିତ ଧର୍ମାନୁଷ୍ଠାନକୁ ଯାଆନ୍ତୁ ଶୁଭ ହେବ। ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। ଆପଣଙ୍କ ଯୋଜନାରେ ଲୋକଙ୍କୁ ସହମତ କରାଇନେବେ। ଅଫିସରେ କୌଣସି ବଡ଼ ଦାୟିତ୍ବ ମିଳିପାରେ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ସବୁଜ। ଆରାଧନା: ହର ପାର୍ବତୀ।

ତୁଳା: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। ବ୍ୟବସାୟ ମାାମଲରେ ଯାତ୍ରାରେ ଯିବା ପାଇଁ ଯୋଜନା କରିବେ। ପ୍ରତିଯୋଗୀ ଛାତ୍ରଙ୍କ ଲାଗି ସଫଳତାର ଦିନଟିଏ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ମାଆ ଶାରଳା।

 

ବିଛା: ବ୍ୟବସାୟରେ ନୂଆ କାମ ଆରମ୍ଭ କରନ୍ତୁ, ଲାଭ ମିଳିବ। ଅଫିସରେ କୌଣସି ନୂଆ କାମର ଦାୟିତ୍ବ ମିଳିପାରେ। ଫିଲ୍ମ କଳାକାରଙ୍କୁ ବଢ଼ିଆ ସୁଯୋଗ ମିଳିପାରେ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ସୁଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

ଧନୁ: ବ୍ୟବସାୟରେ ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ। ସଉଦା କରିବା ପୂର୍ବରୁ ଭାବିଚିନ୍ତି ଆଗକୁ ବଢ଼ନ୍ତୁ। ବନ୍ଧୁଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ସ୍ବାସ୍ଥ୍ୟରେ ଧୢାନ ରଖିବା ଦରକାର। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ମକର: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଅଧିକାରୀଙ୍କ ସହିତ ଖାସ୍‌ ବିଷୟ ଉପରେ କଥାବାର୍ତ୍ତା ହେବେ। ବେପାରିଙ୍କୁ ବଡ଼ ଲାଭ ହୋଇପାରେ। ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ ଖୁସି ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ମଝିଘରିଆଣୀ।

କୁମ୍ଭ: ଅଫିସରେ ମାହୋଲ ଠିକ୍‌ଠାକ୍‌ ରହିବ। ସିନିଅରଙ୍କ ସହିତ କୌଣସି ବିଷୟ ଉପରେ କଥାବର୍ତ୍ତା ହେବେ। ବେପାରିବର୍ଗଙ୍କୁ ଧନଲାଭର ସୁବର୍ଣ୍ଣ ସୁଯୋଗ ମିଳିବ। ଘରେ ଖୁସିର ମାହୋଲ ରହିବ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ। ଶୁଭରଙ୍ଗ: ମେରୁନ। ଆରାଧନା: ମହାଲକ୍ଷ୍ମୀ।

ମୀନ: କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ଦିନଟି ବଢ଼ିଆ ରହିବ। ଅଧିକାରବର୍ଗଙ୍କ ସହିତ ମେଳମିଳାପ ବଢ଼ିବ। ଅଚାନକ ଧନଲାଭ ହେବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଊର୍ଜାବାନ ବଜାୟ ରହିବ। ପ୍ରିୟ ବନ୍ଧୁଙ୍କ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More