Only for Entertainment

ସାମ୍ନାକୁ ଆସିଲା ‘ତୋ ଅଗଣାର ତୁଳସୀ ମୁଁ’ର ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ଜନ୍ମଦିନ ଭିଡ଼ିଓ ।

Twitter
392

ଓଡ଼ିଆ ମେଗା ଧାରାବାହିକ ‘ ତୋ ଅଗଣାର ତୁଳସୀ ମୁଁ’ରେ ତୁଳସୀ ଚରିତ୍ରରେ ଅଭିନୟ କରି ଓଡ଼ିଶାର ପ୍ରତି ଘରେ ଘରେ ଆଇ ମା’ଙ୍କ ଠାରୁ ଆରମ୍ଭ କରି କଲେଜ ଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭାବନାରେ ଏକ ସୁନ୍ଦର ଛବି ସୃଷ୍ଟି କରି ପାରିଛନ୍ତି ସମସ୍ତଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର । ନିକଟରେ ଗତ ୧୫ ଜୁଲାଇକୁ ଲିପ୍ସା ତାଙ୍କର ଜନ୍ମଦିନ ପାଳନ କରିଛନ୍ତି । କହିରଖୁଛୁ ଲିପ୍ସା ୧୫ ଜୁଲାଇ ୧୯୯୨ରେ ଜନ୍ମ ହୋଇଥିଲେ । ତେବେ କେବଳ ଯେ ଲିପ୍ସା ତୋ ଅଗଣାର ତୁଳସୀ ମୁଁ’ ନୁହେଁ ବରଂ କିଛି ଲୁହ ପିଇଯାଏ ଓଠ’ ମେଗା ଧାରାବାହିକରେ ମଧ୍ୟ ନିଜର ନିଚ୍ଛକ ଅଭିନୟର ଯାଦୁରେ ସମସ୍ତଙ୍କ ମନ କିଣିଥିଲେ । ଏହା ସହିତ ସେ କ୍ରିଷ୍ଣା ବେଉରାଙ୍କ ବ୍ରେକ୍ ରେ ଏକ ହିନ୍ଦୀ ମ୍ୟୁଜିୟମରେ ମଧ୍ୟ ନଜର ଆସିଥିଲେ ଏବଂ ରିଆଲିଟି ଶୋ ‘ଭଏସ ଅଫ ଓଡ଼ିଶା’ରେ ମଧ୍ୟ ଆଙ୍କର ଭାବରେ ନଜର ଆସିଥିଲେ ।

lipsha

ଧାରାବାହିକ ବ୍ୟତୀତ ଲିପ୍ସା ମାୟା, ପିଲାଟା ବିଗିଡ଼ିଗଲା, ସମୟ ବଡ଼ ବଳବାନ ଆଦି ଫିଲ୍ମରେ ନଜର ଆସିଛନ୍ତି । ୧୫ ଜୁଲାଇକୁ ଜନ୍ମଦିନ ଉପଲକ୍ଷେ ଲିପ୍ସା ତାଙ୍କ ସୋସିଆଲ ମିଡିଆ ଷ୍ଟାଟସରେ ଜନ୍ମଦିନ ପାଳନ ସମୟର କିଛି ଫଟୋ ଏବଂ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ଖୁବ କ୍ୟୁଟ ଏବଂ ଆଡୋରେବଲ ଲାଗୁଛନ୍ତି । ପାର୍ଟିରେ ଜିନା ଓ ତାଙ୍କ ପତି ରୁଦ୍ର, ଏଲି, ଉଷସୀ ମିଶ୍ର, ପୂନମ, ଛନ୍ଦିତା ଆଦି ଆକ୍ଟର୍ସ ଯୋଗ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More