Only for Entertainment

ବିଶ୍ୱର ଶ୍ରେଷ୍ଠ ୨୫ଟି କ୍ଷୁଦ୍ର ଚଳଚ୍ଚିତ୍ର ତାଲିକାରେ ସ୍ଥାନ ପାଇଲା ଓଡିଆ ଚଳଚ୍ଚିତ୍ର ‘ବ୍ଲାଇଣ୍ଡ’ !

185

ରୋମାନିଆରେ ଫିଲ୍ମ ନିଟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହରେ ବିଶ୍ୱର ଶ୍ରେଷ୍ଠ ୨୫ଟି କ୍ଷୁଦ୍ର ଚଳଚ୍ଚିତ୍ର ତାଲିକାରେ ଓଡିଆ ଚଳଚ୍ଚିତ୍ର ‘ବ୍ଲାଇଣ୍ଡ’ସ୍ଥାନ ପାଇଛି । ୧୮ଟି ଦେଶରୁ ଆସିଥିବା ହଜାରେ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରେ ୨୫ଟି ଚଳଚ୍ଚିତ୍ର ମନୋନୀତ ହୋଇଥିଲା । ଏହି ୨୫ଟି ଚଳଚ୍ଚିତ୍ର ମଧ୍ୟରେ ଓଡିଆ ଚିତ୍ର ‘ବ୍ଲାଇଣ୍ଡ’ ସ୍ଥାନ ପାଇଛି । ଏହି ଚଳଚ୍ଚିତ୍ରର

ବାଳକାଟି ଯୁବ ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁ ଏଥିରେ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନାରେ ଅଛନ୍ତି ସନ୍ତୋଷ ଦାସ । ଆଦିଶକ୍ତି ଟ୍ରଷ୍ଟ ଆନୂକୁଲ୍ୟରେ ଡ. କାଳନ୍ଦୀ ଚରଣ ସାହୁ ଏହାକୁ ଉପସ୍ଥାପନା କରିଛନ୍ତି । ଜଣେ ଦୃଷ୍ଟିହୀନ ବ୍ୟକ୍ତିର ପ୍ରେରଣାଦାୟୀ କାହାଣୀ ଉପରେ ଏହା ପର୍ଯ୍ୟବେସିତ । ଏଠାରେ ଉଲ୍ଲେଖ୍ୟଯୋଗ୍ୟ, ଏହି ଚଳଚ୍ଚିତ୍ର ପୂର୍ବରୁ ଓଡିଶାରେ ‘ଉଇ ଡେୟାର’ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ବିବେଚିତ ହୋଇ ଡ. ଶରତ ଚନ୍ଦ୍ର ପୂଜାରୀ ମେମୋରିଆଲ୍ ଆୱାର୍ଡ ପ୍ରାପ୍ତ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More