Only for Entertainment

ରିଲିଜ ହେଲା ରୋମାଂଟିକ୍ ଓଡ଼ିଆ ଫିଲ୍ମ ‘ସେଲଫିସ ଦିଲ’ ।

30

ରଥଯାତ୍ରା ଉପଲକ୍ଷେ ରିଲିଜ ହୋଇଛି ଡ୍ରାମା, କମେଡ଼ି ଏବଂ ରୋମାଂଟିକ ଫିଲ୍ମ ‘ସେଲଫିସ ଦିଲ’ । ପୂର୍ବରୁ ଫିଲ୍ମର ଗୀତ ସବୁ ରିଲିଜ ହୋଇଥିଲା, ଯାହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ ଏବଂ ସକରାତ୍ମକ ମତ ମଧ୍ୟ ଦେଇଥିଲେ । ତେବେ କେବଳ ପୂର୍ବରୁ କାହିଁକି ଆଜି ମଧ୍ୟ ଫିଲ୍ମ ରିଲିଜ ହେବାପରେ ପୂର୍ବଭଳି ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସକ୍ଷମ ହୋଇପାରିଛି ।

ଫିଲ୍ମଟି ‌ହଲ୍‌କୁ ଆସିବା ପୂର୍ବରୁ ଅନେକ ପ୍ରତୀକ୍ଷା କରିଥିବା ବେଳେ ଆଜି ଦକ୍ଷିଣ ଓଡ଼ିଶାରେ ଫିଲ୍ମଟି ହାଉସ୍‌ଫୁଲ୍‌ ଚାଲିଥିବା ସୂଚନା ମିଳିଛି। କଟକ ଓ ଭୁ‌ବନେଶ୍ବରରେ ଗ୍ରାଣ୍ଡ୍‌ ପ୍ରିମିୟରରେ ଦର୍ଶକ ନବାଗତ ଶ୍ରେୟାନଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରିଛନ୍ତି। ସୂର୍ଯ୍ୟମୟୀଙ୍କ ଚୁଲବୁଲି ଅଭିନୟ ବି ମନ ଜିଣିଛି। ସୁଶାନ୍ତ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରରେ ବିଜୟ ମହାନ୍ତି ଏକ ବିଶେଷ ଭୂମିକାରେ ନଜର ଆସିଛନ୍ତି । । ଏଥିସହ ଖୁବ ହସାଉଛନ୍ତି ଗୁଡୁ । ବିଶେଷକରି ପ୍ରେମର ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିବା ନାୟକ ନାୟିକାଙ୍କ କଥାବସ୍ତୁ ଯୁବପିଢ଼ିଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛି।

ଫାଇଟିଂ ଦୃଶ୍ୟକୁ ଯଥେଷ୍ଟ ନ୍ୟାୟ ଦେବାକୁ ଉଭୟ ନିର୍ଦେଶକ ଓ ଚଳଚ୍ଚିତ୍ର ସମ୍ପାଦକ ଉଦ୍ୟମ କରିଛନ୍ତି। ଅଭିଜ୍ଞ ନିର୍ଦ୍ଦେଶକ ବସନ୍ତ ସାହୁ ଏହାର ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେଇ ଓଡ଼ିଆ ଫିଲ୍ମରେ ପୁଣି ଏକ ଭଲ କାହାଣୀ ଭେଟି ଦେଇଛନ୍ତି। ହେମନ୍ତ ନାୟକ ଏହାର ପ୍ରଯୋଜନା କରିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଭାର ତୁଲାଇଥିବା ସୌମିତ୍ରୀ ପଲାଇ ଡ୍ୟାନ୍‌ସ ହିଟ୍‌ ଓ ରୋମାଣ୍ଟିକ୍‌ ଗୀତ ଭେଟି ଦେଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More