Only for Entertainment

ରିଲିଜ ହେଲା ସବ୍ୟ-ଅର୍ଚ୍ଚିତାଙ୍କ ଆଗାମୀ ଫିଲ୍ମ ‘ଅଭିମାନ’ର ଟ୍ରେଲର

you tube
111

ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ରୋମାଂଟିକ୍ – ଡ୍ରାମା ଚଳଚ୍ଚିତ୍ର ‘ଅଭିମାନ’ । ଏହି ସିନେମା ଜରିଆରେ ୪ ବର୍ଷ ପରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି ରୋମାଂଟିକ୍ ଯୋଡି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ । ଦର୍ଶକ ପୁଣିଥରେ ଏହି ରୋମାଂଟିକ୍ ଯୋଡିର ରୋମାନ୍ସ ଦେଖି ପାରିବେ ପରଦାରେ । ଏହି ଅପକମିଂ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଂଜୟ ସାହୁ ।

ସିଦ୍ଧାର୍ଥ ଟିଭି ନିବେଦିତ ଏହି ଫିଲ୍ମରେ ଟ୍ରେଲର ନିକଟରେ ରିଲିଜ ହୋଇଛି । ଫିଲ୍ମରେ ଦୁହିଁଙ୍କ ଖଟାମିଠା କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଫିଲ୍ମରେ ସବ୍ୟସାଚୀ ଅର୍ଚ୍ଚିତାଙ୍କ ବ୍ୟତିତ ଛନ୍ଦିତା ଏବଂ ବଲିଉଡରେ ଅନେକ ଲୋକପ୍ରିୟ କଳାକାରଙ୍କୁ ଦେଖିବାକୁ ମିଳିଛି । ଫିଲ୍ମରେ ବିବାହ ପରେ ସବ୍ୟସାଚୀ କିପରି ଷ୍ଟ୍ରଗଲ କରୁଛନ୍ତି ତାହା ଦେଖିବାକନୁ ମିଳିଛି । ଏହା ସହିତ ଫିଲ୍ମରେ ଆକର୍ଷଣୀୟ ଗୀତ ମଧ୍ୟ ଶୁଣିବାକୁ ମିଳିଛି । ଫିଲ୍ମ ରଥଯାତ୍ରାରେ ପରଦାକୁ ଆସିବ ।

ଦୁହିଁଙ୍କ ଯୋଡି ପୁଣି ଥରେ ବକ୍ସ ଅଫିସରେ କମାଲ କରିବେ ବୋଲି ଆଶା କରାଯାଉଛି । ତେବେ ଫିଲ୍ମ ରିଲିଜ ପରେ ତାହା ଜଣାପଡିବ ଏହା ଦର୍ଶକଙ୍କୁ କେତେ ଦୂର ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More