Only for Entertainment

ଅନେକ ଦିନ ପରେ ଏହି ଅଭିନେତାଙ୍କ ସହ ନଜର ଆସିବେ ଦେବଯାନୀ !

43

ଏବେ ଓଲିଉଡ ନାୟିକା ଦେବଯାନୀ ପୁଣି ଫେରୁଛନ୍ତି ଲିଡ୍‌ ରୋଲ୍‌ରେ । ହଁ, ସେ ଏବେ ରବୀନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶିତ ‘ଜଙ୍ଗଲ ରାଜ’ ସିନେମାରେ ନାୟିକା ଭୂମିକାରେ ଆସୁଛନ୍ତି।ହେଲେଏଥିରେ ପୁଣି ତାଙ୍କୁ ଜଣେ ଓଲିଉଡର ଜଣାଶୁଣା ନାୟକ ସହ ଦେଖିବାକୁ ମିଳିବ। ସେ ହେଲେ ବିଭାସ। ବିଭାସଙ୍କ ଦୁଇଟି ସିନେମା ରିଲିଜ୍ ହୋଇଛି। ଏହା ହେଲା ଏ ଦିଲ ତତେ ଦେଲି ଏବଂ ମନର ମାନସୀ।

ଦେବଯାନୀ ନାୟିକା ସାଜି ଓଡ଼ିଆ ଛବି ‘ ରଙ୍ଗିଲା ଟୋକା ’, ‘ ଅଜାତ ଶତ୍ରୁ ’ ଓ ‘ଖାସ୍‌ ତୁମରି ପାଇଁ ’ ଆଦିରେ ଅଭିନୟ କରିଛନ୍ତି । ବିଶେଷ କରି ଜଣାଶୁଣା ହାସ୍ୟାଭିନେତା ପପୁ ପମପମଙ୍କ ବିପକ୍ଷରେ ‘ ରଙ୍ଗିଲା ଟୋକା ’ରେ ନାୟିକା ଭୂମିକା କରି ବେଶ୍‌ ସଫଳତା ହାସଲ କରିଥିଲେ ।‘ଖାସ୍‌ ତୁମରି ପାଇଁ ରେ ’ ଦେବଯାନୀଙ୍କୁ ଦୁଷ୍ମନ୍ତଙ୍କ ସହ ଦେଖିବାକୁ ମିଳିଥିଲା। ରାୟ ମିଡିଆ କମ୍ୟୁନିକେସନ ବ୍ୟାନରରେ ନିର୍ମିତ ଓଡ଼ିଆ ସିନେମା ‘ଅଜାତ ଶତ୍ରୁ’ ରେ ସେ ଜଣେ ନବାଗତ ନାୟକ ସୋହମ ସିଂହଙ୍କ ବିପକ୍ଷରେ ନଜର ଆସିଥିଲେ ।

ପ୍ରଥମ ଥରଲାଗି ବିଭାସ-ଦେବଯାନୀ ଯୋଡ଼ି କି କମାଲ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More