Only for Entertainment

ଚହଳ ସୃଷ୍ଟି କଲା ବିଜୁ ବାବୁର ରୋମାଂଟିକ୍ ଗୀତ ‘ଗଲିଣି ମରି’, ସ୍ଥାନ ପାଇଲା ଅନୁଭବ ଓ ସୁପ୍ରିୟାଙ୍କ ରୋମାନ୍ସ

60

ଓଡିଶା ଜନଜୀବନର ମହାନାୟକ ତଥା ଓଡିଶାର ବାଜ ବୋଲାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଆଧାର କରି “ବିଜୁବାବୁ” ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ଫିଲ୍ମ ରିଲିଜ୍କୁ ଆଉ ଅଳ୍ପ ଦିନ ବାକି ରହିଥିବାବେଳେ, ଚଳଚ୍ଚିତ୍ର ବିଜୁ ବାବୁ ର ରୋମାଂଟିକ୍ ଗୀତ ‘ଗଲିଣି ମରି’ ମୁକ୍ତିଲାଭ କରିଛି । ଗୀତରେ ଫିଲ୍ମର ନାୟକ ଅନୁଭବ ଓ ନାୟିକା ସୁପ୍ରିୟାଙ୍କ ଭିତରେ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଛି । ଆଉ ଏହି ରୋମାଂଟିକ୍ ଗୀତରେ ଶୁଣିବାକୁ ମିଳିଛି ହ୍ୟୁମାନ୍ ସାଗର ଓ ଦୀପ୍ତିରେଖାଙ୍କ ଆକର୍ଷଣୀୟ ଗାୟିକି ।

ପରଦାରେ ଜମିବ ଅନୁଭବ ଓ ସୁପ୍ରିୟାଙ୍କ ରୋମାନ୍ସ । ଦୁହିଁଙ୍କ କେମେଷ୍ଟ୍ରୀ ସ୍ଥାନ ପାଇବ ଆଗାମୀ ଚଳଚ୍ଚିତ୍ର ବିଜୁ ବାବୁରେ , ଯାହା ଦେଖିବାକୁ ମିଳିଛି ରିଲିଜ୍ ହୋଇଥିବା ରୋମାଂଟିକ୍ ଗୀତ ‘ଗଲିଣି ମରି’ । ଗୀତରେ ଅନୁଭବ ଓ ସୁପ୍ରିୟାଙ୍କ ମଧ୍ୟରେ ହାଲ୍କା – ଫୁଲକା ରୋମାନ୍ସ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରାଯାଇଛି ଗୀତର ସୁଟିଂ । ଆଉ ଏହି ଗୀତରେ ବେଶ ସୁନ୍ଦର ଭାବେ ପରିବେଷଣ କରାଯାଇଛି ରାଜଧାନୀର ରାସ୍ତା ଘାଟକୁ । ଏହି ସିନେମାରେ ପ୍ରଥମ ଥର ପାଇଁ ଅନୁଭବ ଓ ସୁପ୍ରିୟାଙ୍କ ଯୋଡି ପରଦାରେ ରୋମାନ୍ସ କରିବାକୁ ଯାଉଛନ୍ତି । ମୁକ୍ତିଲାଭ କରିଥିବା ଏହି ରୋମାଂଟିକ୍ ଗୀତରେ ଶୁଣିବାକୁ ମିଳିଛି ହ୍ୟୁମାନ୍ ସାଗର ଓ ଦୀପ୍ତିରେଖାଙ୍କ ଆକର୍ଷଣୀୟ ଗାୟିକୀ ।


ନିଜ ଆକର୍ଷଣୀୟ ସଙ୍ଗୀତ ଜରିଆରେ ଓଡିଆ ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟ ହୋଇପାରିଛନ୍ତି ମ୍ୟୁଜିକ୍ ଡିରେକ୍ଟର୍ ପ୍ରେମ ଆନନ୍ଦ । ଆଉ ଏହି ଗୀତରେ ବି ଶୁଣିବାକୁ ମିଳିଛି ତାଙ୍କ ସଙ୍ଗୀତର ଯାଦୁ । ଚଳଚ୍ଚିତ୍ର ବିଜୁ ବାବୁ ଏକ ଭିନ୍ନ କାହାଣୀକୁ ନେଇ ଗତିଶୀଳ ହୋଇଛି । ଆକ୍ସନ୍, ରୋମାନ୍ସ ଓ ସାମାଜିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ସିନେମାଟି । ନୀଳ ମାଧବ ପଣ୍ଡା, ଅକ୍ଷୟ ପରିଜା ଓ ପ୍ରକାଶ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଦେବି ପ୍ରଶାଦ ଲେଙ୍କା ଓ ବିଶାଲ୍ ମୌର‌୍ୟା । ଖୁବଶୀଘ୍ର ପରଦାକୁ ଆସିବ ଏହି ଫିଲ୍ମ ।

ସିନେମାରେ ସଙ୍ଗୀତ ଦେଇଛନ୍ତି ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ଚିତ୍ରତ୍ତୋଳନ ଦାୟିତ୍ୱରେ ପ୍ରତାପ ରାଉତ ଏବଂ ସଂପାଦନ ଦାୟିତ୍ୱରେ ଅଛନ୍ତି ସନ୍ଦିପ୍ ସେଠୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More